୧୮ ବର୍ଷ ପରେ ବୈବାହିକ ସଂପର୍କ ଭାଙ୍ଗିଲେ ଅଭିନେତା ଧନୁଷ ଓ ଐଶ୍ବର୍ଯ୍ୟା ରଜନୀକାନ୍ତ
Khabar Odisha:Entertainment-Dhanush-announce-separation-with-daughter-of-Rajinikanth-Aishwarya

ଚେନ୍ନାଇ, ଜାନୁଆରୀ ୧୮ (ଖବର ଓଡ଼ିଶା): ସାମନ୍ତା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ଛାଡ଼ପତ୍ର ନେଇ ଖବରକୁ ପ୍ରଶଂସକମାନେ ଭୁଲି ନଥିବା ବେଳେ ଦକ୍ଷିଣ ଭାରତୀୟ ଫିଳ୍ପ ଇଣ୍ଡଷ୍ଟ୍ରିର ଆଉ ଏକ ଦମ୍ପତି ଅଲଗା ହେବା ପାଇଁ ଘୋଷଣା କରିଛନ୍ତି। ଅଭିନେତା ଧନୁଷ ସୋସିଆଲ ମିଡିଆରେ ନିଜର ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହିତ ଛାଡ଼ପତ୍ର ନେଇ ଘୋଷଣା କରିଛନ୍ତି। 

ଧନୁଷ ଲେଖିଛନ୍ତି ଯେ, ୧୮ ବର୍ଷର ଦାମ୍ପତ୍ୟ ଜୀବନ, ବନ୍ଧୁତା, ଅଭିଭାବକତ୍ବ ଓ ଜଣେ ଅନ୍ୟର ଶୁଭଚିନ୍ତକ ଭାବେ ଦିନ ବିତାଇଥିଲେ। କିନ୍ତୁ ଏହି ସଂପର୍କ ଆଜି ଠାରୁ ଶେଷ ହେବାକୁ ଯାଉଛି। ଐଶ୍ବର୍ଯ୍ୟା ଓ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ଆମେ ଜଣେ ଅନ୍ୟଠାରୁ ଅଲଗା ହୋଇ ନିଜକୁ ଖୋଜିବୁ। ଦୟାକରି ଆମର ନିଷ୍ପତ୍ତିକୁ ସମ୍ମାନ ଜଣାନ୍ତୁ ଏବଂ ଆମର ଗୋପନୀୟତାକୁ ନଜରରେ ରଖି ଆମକୁ ଏହା କରିବାକୁ ଦିଅନ୍ତୁ। 

ସୂଚନାଯୋଗ୍ୟ, ଐଶ୍ବର୍ଯ୍ୟା ଦକ୍ଷିଣ ଭାରତୀୟ ଫିଳ୍ମ ଶିଳ୍ପରେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ। ଉଭୟ ୨୦୦୪ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ପିଲା ହେଉଛନ୍ତି ଯାତ୍ରା ଓ ଲିଙ୍ଗା। ପୂର୍ବରୁ ମଧ୍ୟ ଅନେକ ସମୟରେ ଉଭୟ ଅଲଗା ହେବା ନେଇ ଖବର ଆସୁଥିଲା। କିନ୍ତୁ ଗଣମାଧ୍ୟମକୁ ଏହାର ପ୍ରତିକ୍ରିୟା ଆସୁ ନଥିଲା। 

 

 

  • Tags:

Subscribe

National International State Sports Entertainment