ମୁମ୍ବାଇ, ଏପ୍ରିଲ ୧୧ (ଖବର ଓଡ଼ିଶା): ଆଲିଆ ଭଟ୍ଟ ଓ ରଣବୀର କପୂରଙ୍କ ବିବାହ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଆଲିଆ କନ୍ୟା ବେଶରେ ସଜେଇ ହେବେ ବୋଲି ଗହଣା ଓ ବ୍ରାଇଡଲ ଗେଟଅପ ସମେତ ବିବାହର ପ୍ରତ୍ୟେକ ଛୋଟମୋଟ ଜିନିଷ ନେଇ ଖବର ଆସୁଛି । କିନ୍ତୁ ବିବାହ ପ୍ରସ୍ତୁତି ମଧ୍ୟରେ ଅଭିନେତ୍ରୀ କୁଆଡେ ବାହାରକୁ ଯାଇଛନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଆଲିଆ ଅନ୍ୟ କୁଆଡେ ନାହିଁ, ବରଂ ପନୱେଲରେ ନିଜର ଫିଲ୍ମ ଶୁଟିଂ କରୁଛନ୍ତି । ଆଲିଆ-ରଣବୀରଙ୍କ ବିବାହ ପାଇଁ ପରିବାର ଲୋକ ପୂରା ପ୍ରସ୍ତୁତି ଚଳାଇଛନ୍ତି ।
ଆଲିଆ ଭଟ୍ଟ ପନୱେଲରେ ନିଜର ଆଗାମୀ ଫିଲ୍ମ ‘ରକି ଔର ରାନ’ର ପ୍ରେମ୍ କହାନୀ’ର ଶୁଟିଂ କାମରେ ବ୍ୟସ୍ତ ଅଛନ୍ତି । ସେ ପନୱେଲରେ ନିଜର କୋ-ଷ୍ଟାର ରଣବୀର ସିଂହଙ୍କ ସହିତ ଅଛନ୍ତି । କେବଳ ଆଲିଆ ନୁହଁନ୍ତି । ବରଂ ରଣବୀର କପୂର ମଧ୍ୟ ନିଜର ଆଗାମୀ ଫିଲ୍ମ ପାଇଁ ଶୁଟିଂ କାମରେ ବ୍ୟସ୍ତ ଅଛନ୍ତି । ରଣବୀର ମୁମ୍ବାଇର ଆରେୟେ କଲୋନୀରେ ଶ୍ରଦ୍ଧା କପୂରଙ୍କ ସହିତ ନିଜର ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ରଣବୀରଙ୍କ ଆଗାମୀ ଫିଲ୍ମର ନାମକରଣ ହୋଇନାହିଁ । କିନ୍ତୁ ଏହି ଫିଲ୍ମ ଲଭ ରଂଜନଙ୍କ ନିର୍ଦ୍ଦେଶରେ ନିର୍ମାଣ ହେଉଛି ।