ଶାହରୁଖ ଖାନଙ୍କ ପୁଅ କଣ ହେବେ, ଜାଣନ୍ତୁ କଣ ଚାହାନ୍ତି ଶାହରୁଖ
Khabar Odisha:Entertainment--bollywood-odisha-shah-rukh-khan-does-not-want-that-abram-will-be-an-actor
ମୁମ୍ୱାଇ, ଜୁଲାଇ ୨୮(ଖବର ଓଡିଶା):

ଗତ ସପ୍ତାହ ଶାହରୁଖ ଖାନ ନିଜ ପୁଅ ଆର‌୍ୟନ ଖାନଙ୍କୁ ଅଧିକାରିକ ସ୍ତରରେ ଲଞ୍ଚ କରିଦେଇଛନ୍ତି । ଯଦିଓ ସେ ପୂର୍ବରୁ ଆର‌୍ୟନଙ୍କୁ  ଫିଲ୍ମ ପାଇଁ ଡାଏଲଗ୍ ଡେଲିଭରିର ମହତ୍ତ୍ୱକୁ ବୁଝାଇବା ପାଇଁ ଦି ଲାୟନ କିଙ୍ଗର ହିନ୍ଦୀ ଭର୍ଜନ ପାଇଁ ଭଏସ୍ ଦେଇଛନ୍ତି । ଏହା ସହିତ ଶାହରୁଖ ନିଜେ ମଧ୍ୟ ଏଥିରେ ଭଏସ୍ ଦେଇଛନ୍ତି । ଏଥିରେ ସ୍ପଷ୍ଟ ହୋଇଯାଇଛି ଯେ ଶାହରୁଖ ନିଜର ପୁଅକୁ ହୀରୋ ଭାବେ ଲଞ୍ଚ କରିବାକୁ ପ୍ରସ୍ତୁତିରେ ଅଛନ୍ତି । 

କିନ୍ତୁ ଶାହରୁଖ ନିଜର ସାନ ପୁଅ ଅବରାମଙ୍କ ବିଷୟରେ ଭିନ୍ନ ମତ ରଖନ୍ତି । ଗୋଟିଏ ପଟେ ବଡ ପୁଅ ଆର‌୍ୟନଙ୍କର ଫିଲ୍ମ ଆସିସାରିଥିବା ବେଳେ ଝିଅ ସୁହାନା ପୂର୍ବରୁ ଷ୍ଟେଜରେ ନାଟକ ପାଇଁ ଅଭିନୟ କରି ଭାଇରାଲ ହୋଇସାରିଛନ୍ତି । କିନ୍ତୁ ସାନପୁଅକୁ ଫିଲ୍ମ ଦୁନିଆରେ ଏଣ୍ଟ୍ରି ଦେବାକୁ ଚାହାନ୍ତି ନାହିଁ ଶାହରୁଖ । ଯଦିଓ ଶାହରୁଖଙ୍କ ତିନି ପିଲାଙ୍କ ମଧ୍ୟରୁ ସାନପୁଇ ଅବରାମ ସୁବୁଠାରୁ ଅଧିକ ଲୋକପ୍ରିୟ କିନ୍ତୁ ଶାହରୁଖ ଚାହାନ୍ତି ଯେ, ଅବରାମ ଦେଶ ପାଇଁ ଝାଳ ବୁହାଉ । 

ଶାହରୁଖ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଏକ ଆଇପିଏଲ୍ ମ୍ୟାଚରେ କେକେଆର୍ ଓ ଆରସିବି ମ୍ୟାଚରେ ଏକ ଇଚ୍ଛା ଜାହିର କରିଥିଲେ । ଶାହରୁଖଙ୍କ ଏହି ସ୍ୱପ୍ନ ପିଲାଦିନରୁ ରହିଛି । କିଙ୍ଗ ଖାନ୍ ଚାହାନ୍ତି ଯେ ତାଙ୍କ ପୁଅ ଅବରାମ୍ ତାଙ୍କର ଏହି ଇଚ୍ଛା ପୂରଣ କରୁ । ଏକ ନ୍ୟୁଜ ଚ୍ୟାନେଲ ସହିତ କଥା ହେବା ବେଳେ କହିଥିଲେ, ଅବରାମ ଏବେ କ୍ରିକେଟ ଖେଳୁନାହିଁ, ଏବେ କିଛି କିଛି ଫୁଟବଲ ଖେଳୁଛି । ମୁଁ ଚାହୁଁଛି ସେ ଦେଶ ପାଇଁ ହକି ଖେଳୁ । ଶାହରୁଖ କଲେଜ ସମୟରେ ହକି ଖେଳୁଥିଲେ ।  ହକି ଉପରେ ନିର୍ମିତ ଫିଲ୍ମ ଚକ୍ ଦେ ଇଣ୍ଡିଆରେ ମଧ୍ୟ ନଜର ଆସି ସାରିଛନ୍ତି । 

Subscribe

National International State Sports Entertainment