ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କୁ ବଲିଉଡ଼ରେ ସୁଯୋଗ ଦେଲେ ହିମେସ ରେସମିୟା, ଆସିଲା ନୂଆ ଭିଡ଼ିଓ
Khabar Odisha:Entertainment--bollywood-odisha-ranu-mondal-lata-mangeshkar-song-video-viral-from-kolkata-now-recorded-song-for-himesh-reshammiya-film-latest-instagram-video
ନୂଆଦିଲ୍ଲୀ, ଅଗଷ୍ଟ ୨୩(ଖବର ଓଡ଼ିଶା):

ରେଳୱେ ଷ୍ଟେସନରେ ଗୀତ ଗାଉଥିବା ମହିଳାଙ୍କ ମିଳିଲା ବଲିଉଡ଼ରେ ସୁଯୋଗ ମିଳିଛି । ବର୍ତ୍ତମାନ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡ଼ିଓରେ ରାନୁ ନିଜ ସ୍ୱରରେ ନୂଆ ଗୀତ ଗାଉଥିବା ନଜର ଆସିଛନ୍ତି ।

କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଜଣେ ମହିଳା ରେଳୱେ ଷ୍ଟେସନ ପ୍ଳାଟଫର୍ମରେ ରେ ଗୀତ ଗାଉଥିବା ଭିଡ଼ିଓ ତ ଆପଣ ନିଶ୍ଚିତ ଦେଖିଥିବେ । ମହିଳା ଜଣକ ରେଳୱେ ପ୍ଲାଟଫର୍ମରେ ଲତା ମଙ୍ଗେସ୍କରଙ୍କ ଗୀତ “ଏକ ପ୍ୟାର କା ନଗମା” ଗୀତ ଗାଇ ଭିକ ମାଗୁଥିଲେ । ସେତେବେଳେ କୈାଣସି ଜଣେ ଯୁବକ ମହିଳାଙ୍କ ଗୀତ ଗାଇବା ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପରେ ମହିଳାଙ୍କ ଭାଗ୍ୟ ହିଁ ବଦଳି ଯାଇଛି । ପ୍ରଥମେ ତାଙ୍କୁ ମେକଅପ ଦେବା ପରେ ଏବେ ତାଙ୍କ ବଲିଉଡ଼ରେ ମଧ୍ୟ ଅଫର ମିଳିଛି । ମହିଳା ଜଣକ ହେଲେ ରାନୁ ମଣ୍ଡଳ । ବର୍ତ୍ତମାନ ତାଙ୍କର ଆଉ ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହା ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ହିମେସ ରେସମିୟା ରାନୁ ମଣ୍ଡଳଙ୍କୁ ନିଜ ଅପକମିଂ ଫିଲ୍ମରେ ଗୀତ ଗାଇବାକୁ ଅଫର ଦେଇଛନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡ଼ିଓରେ ରାନୁ ନିଜ ମେଜିକାଲ ସ୍ୱରରେ ନୂଆ ଗୀତ ଗାଉଥିବା ନଜର ଆସିଛନ୍ତି ।

ହିମେସ ରେସମିୟା ଏହି ଭିଡ଼ିଓ ସେୟାର କରି ଜଣାଇଛନ୍ତି ଯେ ,ଏହି “ତେରି ମେରି କାହାନୀ” ଗୀତ ତାଙ୍କର ଆଗାମୀ ଫିଲ୍ମ “ହାପି ହାର୍ଡି ଅର ହୀର”ରେ ରହିଛି । ଏହା ଛଡ଼ା ଆଗକୁ ରାନୁ ମଣ୍ଡଳ “ରିଆଲିଟି ଶୋ ସୁପରଷ୍ଟାର ସିଙ୍ଗରରେ ମଧ୍ୟ ନଜର ଆସିବେ । ଏହି ଶୋରେ ସେ ହିମେସ ରେସମିୟା ଓ ଜର୍ଜଙ୍କ ସହ ଭାଗ ନେଇ ପିଲାଙ୍କ ସହ ସାକ୍ଷାତ କରିବେ । ଏହା ସହ ରାନୁଙ୍କୁ ବର୍ତ୍ତମାନ ଗୀତ ଗାଇବା ପାଇଁ ବହୁତ ଅଫର ମିଳିଛି । 

  • Tags:

Subscribe

National International State Sports Entertainment