ଟିଭି ଜଗତରୁ ଆସିଛି ଏକ ଦୁଃଖ ଖବର । CID ଫେମ୍ ଅଭିନେତା ଫ୍ରେଡ୍ରିକ୍ସଙ୍କ ପରଲୋକ ହେବ ପରେ ଟିଭି ଜଗତରେ ଖେଳିଯାଇଛି ଶୋକର ଛାୟା । ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ କ୍ରାଇମ ଶୋ ‘CID ’ର ଏକ ବିଶେଷ ଚରିତ୍ର ଥିଲେ ଇନିସପେକ୍ଟର ଫେଡ୍ରିକ୍ସ ।
ସୂଚନା ଅନୁଯାୟୀ, ଗତ ୩୦ ତାରିଖରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମଲ୍ଟିପଲ ଅର୍ଗାନ ଫେଲୟୋର ହୋଇଥିବାରୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତି ୧୨ଟା ୮ ମିନିଟରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ମାତ୍ର ୫୭ ବର୍ଷ ବୟସ ସେ ପ୍ରାଣହାରୀ ଥିବାରୁ ତାଙ୍କ ପରିବାର ଲୋକ ଏବେ ଶୋକରେ ଅଛନ୍ତି । ବହୁ ବର୍ଷ ଧରି CID ର ଫେଡ୍ରିକ୍ସ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲେ । ଏକ ଲୋକପ୍ରିୟ ହାସ୍ୟ ଅଭିନେତା ଭାବରେ ତାଙ୍କର ନାଁ ରହିଥିଲା । ତେବେ ଏହି ଖବରଟି ଆସିବା ପରେ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ନିରାଶ ହୋଇ ପଡିଛନ୍ତି ।