ମୁୁମ୍ବାଇ: ଭିକି କୌଶଲ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତି ଫିଲ୍ମ ‘ଛାଭା’ ରିଲିଜ ପରେ ପ୍ରଥମ ଦିନରେ ଅନେକ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ବ୍ସକ ଅଫିସରେ ଆଶାଠୁ ବେଶ ଦମଦାର ଆରମ୍ଭ କରି ଶୁକ୍ରବାର ପ୍ରଥମ ଦିନରେ ୩୦ କୋଟିରୁ ଅଧିକ ରୋଜଗାର କରିଛି । ଏଥିସହ ଏହା ଭିକି କୌଶଳଙ୍କ କ୍ୟାରିୟରର ସବୁଠୁ ବଡ ଓପନିଂ ଫିଲ୍ମ ହୋଇଛି । ଏହା ପୂର୍ବରୁ ଭିକିଙ୍କ ପ୍ରଥମ ଦିନର ରେକର୍ଡ ବ୍ୟାଡ ନ୍ୟୁଜ(୮ କୋଟି ୬୨ ଲକ୍ଷ) ଓ ଉରି(୮ କୋଟି ୨୦ ଲକ୍ଷ) ରହିଥିଲା ।
ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଛାଭା ଚଳିତ ବର୍ଷର ସବୁଠୁ ବଡ ଓପନିଂ କରିଥିବା ଫିଲ୍ମ ହୋଇଛି । ଏହା ପୂର୍ବରୁ ଏହି ରେକର୍ଡ ଅକ୍ଷୟ କୁମାରଙ୍କ ସ୍କାଇ ଫୋର୍ସ ନାମରେ ଥିଲା । ସ୍କାଇ ଫୋର୍ସ ପ୍ରଥମ ଦିନରେ ୧୫ କୋଟି ୩୦ ଲକ୍ଷ ଟଙ୍କା ଆୟ କରିଥିଲା । ମାତ୍ର ଛାଭା ଏହି ରେକର୍ଡକୁ ୧୦୦ ପ୍ରତିଶତରୁ ଅଧିକ ମାର୍ଜିନରେ ଭାଙ୍ଗିଛି । ଫିଲ୍ମର ଲୋକପ୍ରିୟତା ଓ ଟ୍ରେଣ୍ଡକୁ ଦେଖିଲେ ପ୍ରଥମ ତିନି ଦିନରେ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଯିବ । କ୍ରିଟିକ୍ସ ଓ ମେକର୍ସ ଏହି ଫିଲ୍ମକୁ ଖୁବ୍ ପ୍ରଶଂସା କରିଛନ୍ତି ।
ଭାଲେଟାଇନ୍ସ ସପ୍ତାହରେ ରିଲିଜ ଏହି ଫିଲ୍ମ ଟପରେ ରହିଛି । ଏହା ପୂର୍ବରୁ ଭାଲେଟାଇନ୍ସ ସପ୍ତାହରେ ସବୁଠୁ ବଡ ଫିଲ୍ମ ଗଲି ବୟ ଥିଲା । ଏହି ଫିଲ୍ମ ପ୍ରଥମ ଦିନରେ ୧୯ କୋଟି ୪୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା । ଭିକି କୌଶଲଙ୍କ ଫିଲ୍ମ ଏଥିରୁ ପ୍ରାୟ ୬୦ ମାର୍ଜିନରୁ ଅଧିକ କାରବାର କରିଛି । ଛତ୍ରପଶି ଶିବାଜୀ ମହାରାଜଙ୍କ ପୁଅ ସମ୍ଭାଜି ମହାରାଜଙ୍କ ଜୀବନି ଉପରେ ଆଧାରିତ ଏହି ଫିଲ୍ମ ରିଲିଜ ପୂର୍ବରୁ କିଛିଟା ବିବାଦରେ ଥିଲା । ମାତ୍ର ଏବେ ଏହି ଫିଲ୍ମକୁ ସବୁ ଆଡୁ ପ୍ରଶଂସା ମିଳୁଛି ।