ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଢିଲା, ରିୟାଙ୍କ ଏଫଆଇଆର ଆଧାରରେ ହୋଇପାରେ ଜେରା
Khabar Odisha:CBI-probe-into-Sushant-Singhs-death-slows-interrogation-could-be-based-on-Riyas-FIR
ମୁମ୍ବାଇ, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା):

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର 4 ମାସ ପରେ ମଧ୍ୟ ସିବିଆଇ ତଦନ୍ତ ଢିଲା ରହିଥିବା ଓକିଲ ବିକାଶ ସିଂହ କହିଛନ୍ତି  । ଏହି ମାମଲା ସିବିଆଇ ହାତରେ ଅଛି ଏବଂ ଏହି ମାମଲାକୁ ନେଇ ଅନେକ ଗୁଜବ ଜାରି ରହିଛି  । ଡ୍ରଗ୍ସ କୋଣରେ ତଦନ୍ତ ହେଉଥିବାରୁ ଏହି ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେ କହିଛନ୍ତି ।

ସୁଶାନ୍ତ ମାମଲାରେ ବିହାରରେ ସୁଶାନ୍ତଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ ଓ ସେହିପରି ରିୟା ଚକ୍ରବର୍ତ୍ତୀ ମଧ୍ୟ ସୁଶାନ୍ତଙ୍କ ପରିବାର ବିରୋଧରେ ମୁମ୍ବାଇରେ ଏଫ୍ଆଇଆର୍ ଦାଖଲ କରିଥିଲେ। ଏହି ଏଫଆଇଆର ବର୍ତ୍ତମାନ ସିବିଆଇ ପାଖରେ ପହଞ୍ଚିଛି   ଏଫଆଇଆର ଆଧାରରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ବୋଲି ବିକାଶ ସିଂଙ୍କ ପ୍ରତିକ୍ରିୟା ଦେଇଛନ୍ତି ।

ଓକିଲ ବିକାଶ ସିଂଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ସିବିଆଇ ଜେରା ପାଇଁ କୌଣସି ସମନ କରିନାହିଁ କିନ୍ତୁ ଯେତେବେଳେ ବି ସିବିଆଇ ସୁଶାନ୍ତଙ୍କ ଭଉଣୀଙ୍କୁ ପଚରାଉଚରା ପାଇଁ ଡାକିବ, ସେମାନେ ସେଠାରେ ପହଞ୍ଚି ତଦନ୍ତରେ ସହଯୋଗ କରିବେ । ଖବର ଅନୁଯାୟୀ, ସୁଶାନ୍ତଙ୍କ ପରିବାର ବିରୋଧରେ ରିୟାଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ବର୍ତ୍ତମାନ ମୁମ୍ବାଇ ପୋଲିସ ଦ୍ୱାରା ସିବିଆଇକୁ ହସ୍ତାନ୍ତର କରିଛି ଏବଂ ସିବିଆଇ ଭଉଣୀମାନଙ୍କୁ ଯେକୌଣସି ସମୟରେ ପଚରାଉଚରା କରିବ।

ତଦନ୍ତ ଆରମ୍ଭରେ ଯେପରି ତତ୍ପରତା ଦେଖିବାକୁ ମିଳିଥିଲା ଶୀଘ୍ର ନ୍ୟାୟ ମିଳିବ ବୋଲି ଜଣାପଡୁଥିଲା ମାତ୍ର ତଦନ୍ତ ପ୍ରକ୍ରିୟା ଖୁବ୍ ଧୀର ହେବାକୁ ଲାଗିଛି  । ସମୟ ବଢିବା ସହିତ ଏହି ଘଟଣାର ପ୍ରମାଣ ମଧ୍ୟ ନଷ୍ଟ ହେବାରେ ଲାଗିଛି ବୋଲି ବିକାଶ ସିଂ କହିଛନ୍ତି । ପ୍ରକାଶ ଥାଉ ଯେ ସୁଶାନ୍ତଙ୍କ ଭିସାରା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି ଏବଂ ଶୀଘ୍ର ଏହା ବିଷୟରେ ଏକ ବଡ ଖୁଲାସା ହେବ 

ସୂଚନାଯୋଗ୍ୟ, ଜୁନ୍ 14ରେ ଅଭିନେତା ସୁଶାନ୍ତ ସିଂ ନିଜ ବାନ୍ଦ୍ରା ଫ୍ଲାଟରେ ମୃତ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳିଥିଲା  । ସେବେଠାରୁ ଏହି ମାମଲା ଜଟିଳ ହେବାରେ ଲାଗିଛି 

 

  • Tags:

Subscribe

National International State Sports Entertainment