୬୦ବର୍ଷ ପୁରୁଣା ଫର୍ଣ୍ଣିଚର ଏବଂ ମାଟି ପାତ୍ରରେ ନିଜ ଫାର୍ମହାଉସକୁ ସଜାଇଛନ୍ତି ବଲିଉଡ ବିଉଟି କୁଇନ ରବୀନା ଟଣ୍ଡନ। ରବୀନା ଟଣ୍ଡନଙ୍କର ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ସହିତ ଏକ ବଡ଼ ଫାର୍ମହାଉସ ମଧ୍ୟ ଅଛି। ଯାହାର ସାଜସଜ୍ଜା ସମ୍ପୂର୍ଣ ଭିନ୍ନ। ତେବେ ରବୀନା ନିଜ ଫାର୍ମହାଉସରେ ଆଧୁନିକ ପାତ୍ର ବଦଳରେ ମାଟି ପାତ୍ର ବ୍ୟବହାର କରନ୍ତି। ଏବଂ ସେହି ସାମଗ୍ରୀ ଗୁଡିକ ପ୍ରାୟତଃ ବହୁ ପ୍ରାଟାନା ଯୁଗର। ଯାହା ଦେଖିଆବାକୁ ବେଶ ଆକର୍ଷିତ ରହିଛି। ଏପରିକି ରବୀନା ଟଣ୍ଡନ ମଧ୍ୟ ତାଙ୍କର ବିଳାସପୂର୍ଣ୍ଣ ଫାର୍ମହାଉସ୍ ପାଇଁ ଚର୍ଚ୍ଚାରେ ଅଛନ୍ତି।
ତେବେ ନିର୍ଦେଶିକା ଫରାହ ଖାନଙ୍କର ୟୁଟ୍ୟୁବରେ ଏକ ରୋଷେଇ ଚ୍ୟାନେଲ ଅଛି। ଯେଉଁଥିରେ ସେ ବଲିଉଡ୍ ଷ୍ଟାରମାନଙ୍କ ଘରକୁ ଯାଇ ଖାଦ୍ୟ ଚାଖିଥାନ୍ତି। ଏହାରି ଭିତରେ ନିକଟରେ ସେ ରବିନା ଟଣ୍ଡନଙ୍କ ଫାର୍ମହାଉସରେ ପହଞ୍ଚିଥିଲେ। ଯାହାର ଭିଡିଓ ସେ ଏବେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ସେ ଆଧୁନିକ ପାତ୍ର ବଦଳରେ ମାଟି ପାତ୍ର ବ୍ୟବହାର କରନ୍ତି। ତେବେ ରବୀନାଙ୍କ ଏହି ରୋଷେଇ ଘରଟି ମଧ୍ୟ ବହୁତ ବଡ଼ ଏବଂ ପରିବେଶ ଅନୁକୂଳ। ସେ ଏହି ଘରେ ବହୁତ କମ୍ ଆର୍ଟିଫିସିଆଲ ଜିନିଷର ବ୍ୟବହାର କରିଛନ୍ତି। ତାଙ୍କ ଘରେ ୬୦ବର୍ଷ ପୁରୁଣା ଫର୍ଣ୍ଣିଚର ଏବଂ ସାମଗ୍ରୀ ରହିଛି। ତେବେ ଅଧିକାଂଶ ଛୁଟି ସମୟରେ ରବିନା ଏବଂ ତାଙ୍କ ଝିଅ ରାସା କିଛି ସମୟ ବିତାଇବାକୁ ଫାର୍ମହାଉସ୍ ଆସନ୍ତି।