ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ ବୁଧବାର କହିଛନ୍ତି ଯେ ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କୁ ନିପାତ କରାଯାଇଛି। ଇସ୍ରାଏଲୀ ସେନା ବହୁତ ଦିନ ଧରି ହମାସର ଗାଜା ମୁଖ୍ୟ ମହମ୍ମଦ ସିନୱାରଙ୍କ ସନ୍ଧାନରେ ଥିଲା ।ସିନୱାର ପୂର୍ବତନ ହମାସ ନେତା ୟାହୟା ସିନୱାରଙ୍କ ସାନ ଭାଇ ଥିଲା ଯିଏ ଗତ ବର୍ଷ ଇସ୍ରାଏଲୀ ସୈନିକଙ୍କ ସହ ଗୁଳିବିନିମୟରେ ପ୍ରାଣ ହରାଇଥିଲା।
ମେ ୧୪ ତାରିଖରେ ଇସ୍ରାଏଲୀ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ହମାସ ମୁଖ୍ୟ ଗୁରୁତର ଆହତ ହୋଇଥିବା ରିପୋର୍ଟ ଆସିଥିଲା। ସେତେବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କିମ୍ବା ଆଇଡିଏଫ ନିଶ୍ଚିତ କରି ପାରି ନ ଥିଲା ଯେ ହମାସ ମୁଖ୍ୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି କି ନାହିଁ। ମହମ୍ମଦ ସିନୱାର ପୂର୍ବତନ ହମାସ ମୁଖ୍ୟ ୟାହୟା ସିନୱାରଙ୍କ ଭାଇ ଥିଲା, ଯିଏ ଅକ୍ଟୋବର ୨୦୨୪ରେ ଇସ୍ରାଏଲୀ ସେନା ସହିତ ଏକ ସଂଘର୍ଷରେ ପ୍ରାଣ ହରାଇଥିଲା ।
ଗାଜାରେ ହମାସର ଅନ୍ତିମ ଟପ୍ କମାଣ୍ଡରଙ୍କ ମଧ୍ୟରୁ ଜଣେ ଥିବା ମହମ୍ମଦ ସିନୱାର ହୋମଗ୍ରାଉଣ୍ଡ ହୋଇ ଯାଇଥିଲା । ଯେଉଁଠି ସିନୱାର ଛପି ରହିଥିଲା, ତାହାକୁ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା । ମେ ୧୪ ତାରିଖରେ ଇସ୍ରାଏଲ ସେନା ଏହି କମାଣ୍ଡ ସେଣ୍ଟର ଉପରେ ସଠିକ୍ ଡ୍ରୋନ ହମଲା କରିଥିଲେ । ଏହି ସେଣ୍ଟର ଖାନ ୟୁନିସ ହସ୍ପିଟାଲ୍ ତଳେ ରହିଥିଲା । ଏହି ଆକ୍ରମଣ ପରେ ଇସ୍ରାଏଲ ସେନା ଏକ ଭିଡିଓ ଜାରି କରିଥିଲା । ଏଥିରେ ହସ୍ପିଟାଲ୍ ତଳେ ଏକ ସୁଡଙ୍ଗ ଦଖିବାକୁ ମିଳିଥିଲ. ଯାହା ହମାସର ନିୟନ୍ତ୍ରଣାଧୀ ଏରିଆରେ ରହିଥିଲା ।
ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଇସ୍ରାଏଲର ସଂସଦ ନେସେଟର ମଞ୍ଚରୁ କହିଛନ୍ତି ଯେ, ଆମେ ହମାସର ମୁଖ୍ୟ ମହମ୍ମଦ ସିନୱାରକୁ ନିପାତ କରିଛୁ । ଇସ୍ରାଏଲର ସେନା ଇସମାଇଲ ହନିଆ, ମହମ୍ମଦ ଦେଇଫ, ୟାହ୍ୱା ସିନୱାର ଓ ଏବେ ମହମ୍ମଦ ସିନୱାରକୁ ଚିର ନିଦ୍ରାରେ ଶୁଆଇଛନ୍ତି ।