ଚଣ୍ଡିଗଡ : ଆଇପିଏଲ୍ ଟ୍ରଫିଠୁ ଆଉ ମାତ୍ର ଅଳ୍ପ ଦୂରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ। ଦୀର୍ଘ ୯ ବର୍ଷ ପରେ IPL ଫାଇନାଲରେ ପ୍ରବେଶ କରିଛି ଆରସିବି ଦଳ। ଗୁରୁବାର ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଇଥିବା ଆଇପିଏଲ ୨୦୨୫ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୮ ଉଇକେଟରେ ବିଜୟୀ ହୋଇ ଚତୁର୍ଥ ଥର ପାଇଁ IPL ଫାଇନାଲରେ ପ୍ରବେଶ କରିଛି। ୨୦୧୬ ପରେ ଏହା ହେଉଛି ଆରସିବିର ପ୍ରଥମ ଫାଇନାଲରେ ପ୍ରବେଶ କରିବା। ପଞ୍ଜାବ ମାତ୍ର ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ ହେବା ପରେ ଆରସିବି ମାତ୍ର ୧୦ ଓଭରରେ ଏହି ଟାର୍ଗେଟ ହାସଲ କରି ନେଇଥିଲା।