୧୭ ହାର୍ଡକୋର ମାଓବାଦୀ କଲେ ଆତ୍ମସମର୍ପଣ । ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ନିଜର ଅସ୍ତ୍ରଶସ୍ତ୍ର ସହ ଏସପିଙ୍କ ଆଗରେ ସରେଣ୍ଡର କରିଛନ୍ତି ।
ସରକାରଙ୍କ ଆତ୍ମସମର୍ପଣ ନୀତି ’ଅପରେସନ୍ ଚେୟୁଥା’ ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା ପରେ ସେମାନେ ଆତ୍ମସମର୍ପଣ କରିଥିବାର ପୋଲିସ କହିଛି । ସରକାରଙ୍କ ତରଫରୁ ସମସ୍ତଙ୍କୁ ଆର୍ଥିକ ସହାୟତା କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ଇଉଗ କ୍ୟାଡର, ୪ଜଣ ପାର୍ଟି ମେମ୍ବର ଅଛନ୍ତି । ଚଳିତବର୍ଷ ଏଯାଏ ୨୮୨ ହାର୍ଡକୋର ମାଓବାଦୀ ଭଦ୍ରାଦ୍ରୀ କଥାଗୁଡ଼େମ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭଦ୍ରାଦ୍ରୀ କଥାଗୁଡ଼େମ SP କହିଛନ୍ତି ।