ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୁଧବାର ପୁନର୍ବାର କହିଛନ୍ତି ଯେ ସେ ଭାରତ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ ଉଭୟ ପକ୍ଷ ଏକାଠି ବସି କାଶ୍ମୀର, ଜଳ ସଙ୍କଟ ଏବଂ ଆତଙ୍କବାଦ ଭଳି ସମସ୍ୟାର ସମାଧାନ ଖୋଜିବା ଉଚିତ।ସେ ଆଜରବାଇଜାନର ଲାଚିନରେ ଅନୁଷ୍ଠିତ ପାକିସ୍ତାନ-ତୁର୍କୀ-ଆଜରବାଇଜାନ ତ୍ରିପାକ୍ଷିକ ଶିଖର ସମ୍ମିଳନୀରେ ଏହା କହିଛନ୍ତି। ଏହି ସପ୍ତାହରେ ଦ୍ୱିତୀୟ ଥର ପାଇଁ ଶାହବାଜ ସରିଫ କହିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନା ଚାହାଁନ୍ତି।
ଏହା ପୂର୍ବରୁ ତେହେରାନରେ ଦିଆଯାଇଥିବା ଏକ ବିବୃତ୍ତିରେ ସେ କହିଥିଲେ, ସମସ୍ତ ବିବାଦର ସମାଧାନ ପାଇଁ ଭାରତ ସହିତ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ଭାରତ ସ୍ପଷ୍ଟ କରିଛି ଯେ ଯଦି କୌଣସି ଆଲୋଚନା ହେବ, ତାହା କେବଳ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଉପରେ ହେବ। ଆମକୁ ଏକାଠି ବସି ଶାନ୍ତି ପାଇଁ କଥାବାର୍ତ୍ତା କରିବା ଉଚିତ। ଏପରି କିଛି ପ୍ରସଙ୍ଗ ଅଛି ଯାହା ଉପରେ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ ଏବଂ ଆଲୋଚନା ମାଧ୍ୟମରେ ସେଗୁଡ଼ିକର ସମାଧାନ କରିବା ଆବଶ୍ୟକ।
ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶାହବାଜ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ନମ୍ରତାର ସହିତ କହିଛି ଯେ ଆମେ ଏହି ଅଞ୍ଚଳରେ ଶାନ୍ତି ଚାହୁଁଛୁ ଏବଂ ଏଥିପାଇଁ କଶ୍ମୀର ସମସ୍ୟା ଭଳି ତୁରନ୍ତ ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବା ଆବଶ୍ୟକ, ଯାହା ଜାତିସଂଘ ଏବଂ ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ ଏବଂ କାଶ୍ମୀର ଲୋକଙ୍କ ଇଚ୍ଛା ଅନୁଯାୟୀ ସମାଧାନ ହେବା ଉଚିତ। ମୁଁ ସମ୍ପୂର୍ଣ୍ଣ ଗମ୍ଭୀରତାର ସହିତ କହିଛି ଯେ ଯଦି ଭାରତ ଆତଙ୍କବାଦର ମୁକାବିଲା ପାଇଁ ସଚ୍ଚୋଟ ଭାବରେ କଥା ହେବାକୁ ଚାହୁଁଛି।
ଅଧିକ ପଢ଼ନ୍ତୁ: ଲାହୋରରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନଷ୍ଟ