ରିୟାଦ: ଅପରେସନ ସନ୍ଦୂର ପାଇଁ ବିଦେଶ ଗସ୍ତରେ ସର୍ବଦଳୀୟ ପ୍ରତିନିଧି ଦଳରେ ସାମିଲ ଥିବା ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସହିତ ବିଦେଶ ଗସ୍ତରେ ଯାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି ଯେ ଆଜିର ସମୟରେ ଏପରି ରାଜନେତାଙ୍କୁ ଖୋଜିବା କଷ୍ଟକର। ଯେତେବେଳେ ଆମେ ହସ୍ପିଟାଲରେ ଗୁଲାମ ନବୀ ଆଜାଦଙ୍କୁ ଭେଟିବାକୁ ଯାଇଥିଲୁ, ତାଙ୍କ ଆଖି ଲୁହରେ ଭରି ଯାଇଥିଲା।
ଗୁଲାମ ନବୀ ଆଜାଦ ଯେଉଁ ପ୍ରତିନିଧି ଦଳରେ ସାମିଲ ଅଛନ୍ତି, ତାଙ୍କ ନେତୃତ୍ୱ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ନେଉଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ଆଜାଦଙ୍କ ସ୍ୱାସ୍ଥ୍ୟ ସ୍ଥିର ଅଛି। ଆମର ପ୍ରତିନିଧି ଦଳ ଗସ୍ତ ମଧ୍ୟରେ ଗୁଲାମ ନବୀ ଆଜାଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ତାଙ୍କ ଅବସ୍ଥା ସ୍ଥିର ଅଛି, ସେ ଡାକ୍ତରୀ ତଦାରଖରେ ଅଛନ୍ତି ଏବଂ କିଛି ପରୀକ୍ଷା କରାଯିବ। ବାହାରିନ ଏବଂ କୁଏତରେ ଅନୁଷ୍ଠିତ ବୈଠକରେ ତାଙ୍କର ଅବଦାନ ବହୁତ ପ୍ରଭାବଶାଳୀ ଥିଲା ଏବଂ ସେ ଶଯ୍ୟାଶାୟୀ ହେବା ପାଇଁ ନିରାଶ। ସାଉଦି ଆରବ ଏବଂ ଆଲଜେରିଆରେ ତାଙ୍କ ଉପସ୍ଥିତିକୁ ଆମେ ମିସ୍ କରିବୁ।
ବିଜେପି ସାଂସଦ ନିଶିକାନ୍ତ ଦୁବେ ଏକ ପୋଷ୍ଟରେ କହିଛନ୍ତି, ତାଙ୍କର ଅସୁସ୍ଥ ସ୍ୱାସ୍ଥ୍ୟ ସତ୍ତ୍ୱେ, ସେ ଦେଶ ପାଇଁ ପ୍ରତିନିଧିମଣ୍ଡଳର ଅଂଶ ହେବାକୁ ଗ୍ରହଣ କରିଥିଲେ। ଯେତେବେଳେ ଆମେ ତାଙ୍କୁ ହସ୍ପିଟାଲରେ ଭେଟିଥିଲୁ, ତାଙ୍କ ଆଖି ଲୁହରେ ଭରି ଯାଇଥିଲା।
ବୈଜୟନ୍ତ ପଣ୍ଡା ଅନ୍ୟ ଏକ ପୋଷ୍ଟରେ କହିଛନ୍ତି ଯେ ତାଙ୍କ ସହିତ ପ୍ରତିନିଧିମଣ୍ଡଳ ସାଉଦି ଆରବର ରିୟାଦରେ ପହଞ୍ଚିଛି। ଏଠାରେ ତାଙ୍କ ସହିତ ଯାଇଥିବା ଦଳକୁ ସ୍ୱାଗତ କରାଯାଇଛି।
ଅଧିକ ପଢ଼ନ୍ତୁ: ୬୮ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟପ୍ରତି