ୱାଶିଂଟନ: ଟେସଲାର ସିଇଓ ଏଲନ ମସ୍କ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେ ବୁଧବାର ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଏଏନ ମସ୍କ ଖୋଲାଖୋଲି ଭାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 'ବିଗ୍ ବିଉଟିଫୁଲ୍' ଟିକସ ବିଲ୍ ସମାଲୋଚନା କରିଥିଲେ, ଯାହା ପରେ ଟ୍ରମ୍ପ ଏବଂ ମସ୍କଙ୍କ ମଧ୍ୟରେ ମତଭେଦ ଥିବା ରିପୋର୍ଟ ଆସିଥିଲା।
ଏଲନ ମସ୍କ ‘ଏକ୍ସ’ ରେ ଲେଖିଛନ୍ତି ଯେ ଜଣେ ସ୍ୱତନ୍ତ୍ର ସରକାରୀ କର୍ମଚାରୀ ଭାବରେ ମୋର ନିର୍ଦ୍ଧାରିତ ସମୟ ଶେଷ ହେଉଛି। ଅପବ୍ୟୟ ଖର୍ଚ୍ଚ ହ୍ରାସ କରିବାର ସୁଯୋଗ ପାଇଁ ମୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଡିଓଜିଓ ମିଶନ ସମୟ ସହିତ ଆହୁରି ଶକ୍ତିଶାଳୀ ହେବ କାରଣ ଏହା ସମଗ୍ର ସରକାରଙ୍କ ଜୀବନଶୈଳୀରେ ପରିଣତ ହେବ।
ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ମସ୍କ ଟ୍ରମ୍ପ ପ୍ରଶାସନରେ ଜଣେ ବରିଷ୍ଠ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି। ଟ୍ରମ୍ପଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବା ପାଇଁ ମସ୍କ ୨୫୦ ନିୟୁତ ଡଲାର ପ୍ରଦାନ କରିଥିଲେ।
ପୂର୍ବରୁ ଟେସଲା ମାଲିକ ମସ୍କ କହିଥିଲେ ଯେ ରାଷ୍ଟ୍ରପତି 'ବଡ଼ ସୁନ୍ଦର ବିଲ୍' ବୋଲି ଯାହା କହିଥିଲେ ତାହା ତାଙ୍କୁ ନିରାଶ କରିଛି। ସେ କହିଥିଲେ ଯେ ଏହି ବିଲ୍ କେବଳ ଏକ ଭାରୀ ଖର୍ଚ୍ଚ ନୁହେଁ ବରଂ ଏହା ତାଙ୍କ ସରକାରୀ ଦକ୍ଷତା ବିଭାଗର ପ୍ରୟାସକୁ ମଧ୍ୟ ଦୁର୍ବଳ କରିଥାଏ। ଏହା ସଂଘୀୟ ନିଅଣ୍ଟକୁ ବୃଦ୍ଧି କରେ।
ମସ୍କ ଗତ ମଙ୍ଗଳବାର ଦିନ କହିଥିଲେ, ମୁଁ ଭାବୁଛି ଏକ ବିଲ୍ ବଡ଼ କିମ୍ବା ସୁନ୍ଦର ହୋଇପାରେ। କିନ୍ତୁ ମୁଁ ଜାଣିନାହିଁ ଯେ ଏହା ଉଭୟ ହୋଇପାରେ। ତଥାପି, ମସ୍କଙ୍କ ଏହି ବିବୃତ୍ତି ଉପରେ ହ୍ୱାଇଟ୍ ହାଉସ୍ ଅଧିକାରୀଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅଧିକ ପଢ଼ନ୍ତୁ: ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯୋଗରେ ହେବ ରାମ ଦରବାରର ପ୍ରାଣ ପ୍ରତିଷ୍ଠା