ଯେଉଁ ଘରେ ଯାବତୀୟ ସୁଖ ଓ ସ୍ବାଚ୍ଛନ୍ଦରେ ଜୀବନ କଟିଛି, ସେହି ଘର ଏବେ ତାଙ୍କ ଝିଅର । ବାପା, ପ୍ରକ୍ଷାତ ଲେଖକ ହରିବଂଶରାୟ ବଚ୍ଚନ ଓ ମା’ଙ୍କ ସହ ଏଇ ଘରେ ବିତିଥିଲା ସୁନ୍ଦର ମୁହୂର୍ତ୍ତ। ଅନେକ ଫିଲ୍ମର ସଫଳତା ଓ ବିଫଳତାର ସୁଖ, ଶ୍ରେୟର ସମସ୍ତ ଅନୁଭୁତି ଏଇ ଘର ହିଁ ପ୍ରତ୍ୟକ୍ଷ ସାକ୍ଷୀ। ଏହା ଘର ନୁହେଁ ବୋଲି ବିଗ୍ ବି ଅମିତାଭ ଏହାର ନାଁ ଦେଇଥିଲେ, ପ୍ରତୀକ୍ଷା। ଯେଉଁଠି ସେ ଜୀବନ ଅନେକ ସଫଳତାକୁ ପ୍ରତିକ୍ଷା କରିଥିଲେ।
ତେବେ ଏହି ଘରଟି ହେଉଛି ହିନ୍ଦୀ ଚଳଚିତ୍ର ଜଗତର ମହାନାୟକ ଅମିତାଭ ବଚ୍ଚନଙ୍କର । ଯିଏ ନିଜ ଝିଅ ସ୍ବେତା ବଚ୍ଚନଙ୍କୁ ଦାମିକା ଗିଫ୍ଟ ଦେଇଛନ୍ତି। ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନଙ୍କ ମୁମ୍ବାଇରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ନିକଟରେ ଅମିତାଭ ବଚ୍ଚନ ଏବଂ ତାଙ୍କ ପତ୍ନୀ ଜୟା ବଚ୍ଚନ ସେମାନଙ୍କ ବଙ୍ଗଳା(ପ୍ରତିକ୍ଷା)କୁ ଝିଅ ଶ୍ୱେତାଙ୍କୁ ଉପହାର ଦେଇଛନ୍ତି। ଅମିତାଭ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନରେ ସେ ଏହି ବଙ୍ଗଳାରେ ରହୁଥିଲେ। କୁହାଯାଉଛି ଦିପାବଳୀ ପୂର୍ବରୁ ବଚ୍ଚନ ଦମ୍ପତ୍ତି ଜୁହୁରେ ଥିବା ଏହି ବଙ୍ଗଳାକୁ ଶ୍ବେତାଙ୍କୁ ଗିଫ୍ଟ କରିଛନ୍ତି। ନଭେମ୍ବର ୮ରେ ଏହି ସମ୍ପତ୍ତି ହସ୍ତାନ୍ତର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ଏହି କାରବାର ପାଇଁ 50.65 ଲକ୍ଷ ଟଙ୍କା ଷ୍ଟାମ୍ପ ଡ୍ୟୁଟି ମଧ୍ୟ ବଚ୍ଚନ ପ୍ରଦାନ କରିଛନ୍ତି। ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଏହି ଫ୍ଲାଟ ବିଟ୍ଠଲ୍ ନାଗର କୋଅପରେଟିଭ୍ ହାଉସିଂ ସୋସାଇଟି ଲିମିଟେଡର ଗୋଟିଏ ଅଂଶ।
ମୁମ୍ବାଇର ଜୁହୁରେ ଅବସ୍ଥିତ ଅମିତାଭଙ୍କ ଏହି ବଙ୍ଗଳା 890 ବର୍ଗ ମିଟର ଏବଂ 674 ବର୍ଗ ମିଟର ଆକାରର ଦୁଇଟି ପ୍ଲଟ ଉପରେ ଠିଆ ହୋଇଛି। ଏହି ବଙ୍ଗଳାର ବଜାର ମୂଲ୍ୟ 50.63 କୋଟି। ଅମିତାଭ ବଚ୍ଚନଙ୍କ ଏହି ବଙ୍ଗଳାକୁ କାହିଁକି ପ୍ରତୀକ୍ଷା ନାମ ଦିଆଯାଇଥିଲା ବୋଲି KBC ମଞ୍ଚରେ ପ୍ରଶ୍ନ ଉଠିଥିଲା। ସେ ଉତ୍ତରରେ କହିଥିଲେ କି ଏହା ତାଙ୍କ ବାପା ହରିବଂଶରାୟ ହିଁ ନାମକରଣ କରିଥିଲେ। ଯାହା ତାଙ୍କ ଏକ କବୀତାର ଅଂଶ।
ଅଧିକ ପଢନ୍ତୁ :କାର୍ତ୍ତିକଙ୍କ ଜନ୍ମଦିନରେ କରନଙ୍କ ଉପହାର