ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ 'ରାମାୟଣ'ର ଟିଜର ରିଲିଜ୍ ହୋଇଛି। ଏହାପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଆହୁରି ବଢ଼ିଯାଇଛି। ସେହି ସମୟରେ ଏହାର କଳାକାରଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ନିକଟରେ ଖବର ଆସିଥିଲା ଯେ ବବି ଦେଓଲ 'ରାମାୟଣ'ରେ କୁମ୍ଭକରଣ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଏବେ ଏହି ଖବରର ସତ୍ୟତା ମଧ୍ୟ ସାମ୍ନାକୁ ଆସିଛି। ତେବେ ଆସନ୍ତୁ ଜାଣିବା ସତରେ କଣ ଏହି ଭୂମିକାରେ ବବି ନଜର ଆସିବେ।
ପ୍ରକୃତ ଖବର ଅନୁଯାୟୀ, ବବି ଦେଓଲ ଫିଲ୍ମ 'ରାମାୟଣ'ର ଅଂଶ ନୁହଁନ୍ତି। ରିପୋର୍ଟରେ ଏକ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି ଯେ ବବି ଦେଓଲ ଫିଲ୍ମ 'ରାମାୟଣ'ରେ କୌଣସି ଭୂମିକା ଗ୍ରହଣ କରୁନାହାଁନ୍ତି। ଏହା ଶୁଣି ଅଭିନେତାଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଛନ୍ତି। ଗତ କିଛି ଦିନ ଧରି ଖବର ଆସୁଥିଲା ଯେ ବବି ଫିଲ୍ମରେ କୁମ୍ଭକର୍ଣ୍ଣ ଭୂମିକାରେ ଅଭିନୟ କରିବେ। କିନ୍ତୁ ଏହା କେବଳ ଗୁଜବ। କାରଣ ବବି ଆଜିକାଲି ଫିଲ୍ମ 'ହରି ହର ବୀରା ମଲ୍ଲୁ : ପାର୍ଟ ୧'ର ସୁଟିଙ୍ଗ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କ ସହିତ ସାଉଥ୍ ଷ୍ଟାର ପବନ କଲ୍ୟାଣ, ନିଧି ଅଗ୍ରୱାଲ, ନର୍ଗିସ୍ ଫଖ୍ରୀ, ଏବଂ ସତ୍ୟରାଜଙ୍କ ଭଳି ବରିଷ୍ଠ କଳାକାରମାନେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଯାହା ଚଳିତ ମାସ ୨୪ ଜୁଲାଇରେ ରିଲିଜ୍ ହେବାକୁ ଯାଉଛି।
ତେବେ ରାମାୟଣର ଟିଜର ଦେଖିବାକୁ ମିଳିଥିଲା ଯେ, ରଣବୀର କପୁର ଶ୍ରୀରାମ ଭୂମିକାରେ, ୟସ ରାବଣ ଭୂମିକାରେ ଏବଂ ସାଇ ପଲ୍ଲବୀ ମା ସୀତା ଭୂମିକାରେ ନଜର ଆସିବେ। ଏମାନଙ୍କ ବ୍ୟତୀତ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଏବଂ ବଲିଉଡର ଶକ୍ତିଶାଳୀ ନାୟକ ସନି ଦେଓଲ ହନୁମାନଙ୍କ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ଅନେକ ଚରିତ୍ର ଅଭିନୟ କରୁଥିବା କଳାକାରଙ୍କ ନାମ ମଧ୍ୟ ପ୍ରସାରିତ ହୋଇସାରିଛି। ତେବେ ଏହି ଫିଲ୍ମଟି ଆସନ୍ତା ବର୍ଷ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି।