ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଯୋଡ଼ି କିଆରା ଆଡ଼ଭାନି ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଘରକୁ ଆସିଛି ନୂଆ ଅତିଥି । ଦମ୍ପତ୍ତି ମଙ୍ଗଳବାର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଏଥିପାଇଁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ଝିଅର ନାମ କଣ ରହିବ, ସେ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି ।
୨୦୨୩, ଫେବୃଆରୀ ୭ ତାରିଖରେ କିଆରା ଏବଂ ସିଦ୍ଧାର୍ଥଙ୍କର ବିବାହ ହୋଇଥିଲା । ସିଦ୍ଧାର୍ଥ ମଲହୋତ୍ରା ଷ୍ଟଡେଣ୍ଟ୍ ଅଫ ଦ ଇୟର ଫିଲ୍ମ ଜରିଆରେ ପ୍ରଥମ ବଲିଉଡକୁ ଆସିଥିଲେ । ସେହିପରି କିଆରା ଫୁଗ୍ଲିରେ ପ୍ରଥମେ ଅଭିନୟ କରିଥିଲେ । ତେବେ ଶେରଶାହ ଫିଲ୍ମରେ ଉଭୟ କିଆରା ଏବଂ ସିଦ୍ଧାର୍ଥ ଏକାଠି ଅଭିନୟ କରିଥିଲେ । ଏହି ଫିଲ୍ମ ସୁଟିଂ ବେଳେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ।