ସୁବର୍ଣ୍ଣପୁର : ତରଭା ପୁଲିସକୁ ମିଳିଛି ବଡ଼ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ତରଭା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ରାଣୀସର୍ଡା ଛକ ନିକଟରେ ଗଞ୍ଜେଇ ଜଵତ କରିଛି ତରଭା ପୋଲିସ l
ସୂଚନା ଅନୁସାରେ କଣ୍ଟାମାଳ ପଟରୁ ଏକ ପିକଅପ ଗାଡି ଦ୍ରୁତ ଗତିରେ ଯାଉଥିବାର ଖବର ପାଇଥିଲା। ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବାର ସନ୍ଦେହ କରି ତରଭା ପୋଲିସ ପିଛା କରିଥିଲା ପରେ ଏ ସମ୍ପର୍କରେ ମେଣ୍ଡା ଫାଣ୍ଡିକୁ ଖବର ଦିଆଯାଇଥିଲା । ମେଣ୍ଡା ଓ ତରଭା ପୋଲିସ ମିଳିତ ଭାବରେ ଚଢାଉ କରି ରାଣୀସର୍ଡା ଛକ ନିକଟରେ ଗାଡିଟିକୁ କାବୁ କରିଥିଲା । ଚାଲାଣକାରୀ ମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଗାଡ଼ିର ଯାଞ୍ଚ୍ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ରହିଥିବା ଜଣାପଡିଥିଲା। ଜବତ ହୋଇଥିବା ଗଞ୍ଜେଇର ଓଜନ ୯ କ୍ବିଣ୍ଟାଲ ୩୦ କେଜି ହୋଇଥିବାବେଳେ ବଜାରରେ ଯାହାର ଆନୁମାନିକ ମୂଲ୍ଯ ଦେଢ କୋଟି ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।