ବଲିଉଡ୍ ର ଲୋକପ୍ରିୟ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ନିଜର ୟୁନିକ ଫିଲ୍ମ ପାଇଁ ବେଶ ପରିଚିତ । 'ଗ୍ୟାଙ୍ଗସ ଅଫ ୱାସିପୁରର', 'କ୍ୱିନ', 'ଲଞ୍ଚ ବକ୍ସ' ଭଳି ସୁପର ହିତ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି । ନିକଟରେ ଅନୁରାଗ ଅଭିନେତ୍ରୀ କଙ୍ଗନାଙ୍କ ସହ କାମ କରିବାକୁ ନେଇ ଏକ ମନ୍ତବ୍ୟ ରଖିଛନ୍ତି । ସୂଚନା ଅନୁଯାୟୀ, ଏକ ସାକ୍ଷାତକାରରେ ଅନୁରାଗ କଙ୍ଗନାଙ୍କୁ ଚମତ୍କାର ଅଭିନେତ୍ରୀ ବୋଲି କହିଛନ୍ତି । ଫିଲ୍ମ ‘କୁଇନ୍’ରେ ସେ କଙ୍ଗନାଙ୍କ ସହ କାମ କରିଥିଲେ । କାମ ମାମଲାରେ କଙ୍ଗନା ବହୁତ ସଚ୍ଚୋଟ । ଏବେ ତାଙ୍କ ସହ ମୋର କିଛି ସମସ୍ୟା ରହିଛି । ତେବେ ଯଦି ତାଙ୍କ ପ୍ରତିଭା ବିଷୟରେ କୁହାଯାଏ, ତେବେ ତାହା ତାଙ୍କଠୁ କେହି ଛଡାଇ ନେଇପାରିବେ ନାହିଁ। ଜଣେ କଳାକାର ଭାବେ ତାଙ୍କ ପାଖରେ ଯାହା ଅଛି, ବାସ୍ତବରେ ତାହା ଚମତ୍କାର । ଏହାସହ ସେ ଜଣେ ସଚ୍ଚୋଟ ସମାଲୋଚକ ମଧ୍ୟ । କିନ୍ତୁ କଙ୍ଗନାଙ୍କ ସହ ଡିଲ୍ କରିବା ବହୁତ ମୁସ୍କିଲ ବୋଲି ଅନୁରାଗ କହିଛନ୍ତି ।
ତାଙ୍କ ଫିଲ୍ମ 'ସାଣ୍ଡ୍ କି ଆଁଖ୍’ ପାଇଁ କଙ୍ଗନାଙ୍କୁ ଅନୁରାଗ ଅଫର ଦେଇଥିଲେ । ହେକେ କଙ୍ଗନା ସେଇ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । କଙ୍ଗନା ତାଙ୍କ ବେବାକ ଅନ୍ଦାଜ ପାଇଁ ସବୁବେଳେ ହିଁ ଚର୍ଚ୍ଚା ରେ ରହିଥାନ୍ତି । ଏମିତି କି ବଲିଉଡରେ ମାଫିଆ ରାଜ ବିଷୟରେ କଙ୍ଗନା ପ୍ରଥମେ ଚର୍ଚ୍ଚା ଆରମ୍ଭ କରିଥିଲେ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜୟିନୀ କଙ୍ଗନା ବଲିଉଡ୍ରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣକୁ ଖୋଲାଖୋଲି ବିରୋଧ କରିବା ସହିତ ଇଣ୍ଡଷ୍ଟ୍ରି ଭିତରର ଅନେକ ଅକୁହା କଥାକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ । ତେବେ ତାଙ୍କର ଏହି ଅନ୍ଦାଜ ପାଇଁ ତାଙ୍କୁ ବହୁତ ସମାଲୋଚନା ର ସମ୍ମୁଖୀନ ହେବାକୁ ପଡିଥାଏ ।
ଏବେ କଙ୍ଗନା ତାଙ୍କ ଅପ୍କମିଙ୍ଗ ଫିଲ୍ମ ‘ଏମର୍ଜେନ୍ସି’ ର ଶୁଟିଂ ରେ ବ୍ୟସ୍ତ ଅଛନ୍ତି । ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଦେଖାଯିବେ । ଏହି ଫିଲ୍ମଟି 24 ନଭେମ୍ବର ରେ ପ୍ରେକ୍ଷାଳୟ ଗୁଡ଼ିକରେ ରିଲିଜ କରାଯିବ ।
ଅଧିକ ପଢ଼ନ୍ତୁ: ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ବିକାଶ ବହଲଙ୍କ ନିର୍ଦ୍ଦେଶନା ରୁ ତିଆରି ଫିଲ୍ମ 'ଗଣପତ ପାର୍ଟ-୧'