ସାଉଥ୍ ଇଣ୍ଡିଆ ସିନେମାକୁ ନେଇ ଅଜୟ ଦେବଗନଙ୍କ ପୁଣି ନୂଆ ମନ୍ତବ୍ୟ ,କହିଲେ ସେମାନେ ବଲିଉଡ଼୍ ଅଭିନେତାମାନଙ୍କୁ ମଧ୍ୟ କାଷ୍ଟ କରନ୍ତି ନୂଆଦିଲ୍ଲୀ ,ଏପ୍ରିଲ 29(ଖବର ଓଡ଼ିଶା) Share story: ବଲିଉଡର 'ସିଙ୍ଗହମ୍' ଅଭିନେତା ଅଜୟ ଦେବଗନ୍ ନିକଟରେ ତାଙ୍କର କିଛି ଟ୍ୱିଟ୍କୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଅଜୟ ଦେବଗନ୍ ଏବଂ କନ୍ନଡ ଅଭିନେତା କିଚା ସୁଦୀପଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଟ୍ୱିଟରରେ ଅନେକ ଗୁଜବ ସୃଷ୍ଟି କରିଥିଲା। ସୁଦୀପ ଏବଂ ଅଜୟ ଦେବଗନଙ୍କ ଟ୍ୱିଟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସାଧାରଣରେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଠାରୁ ସେଲିବ୍ରେଟଙ୍କ ଉପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ତେବେ ଏହି ସମୟରେ, ଚଳଚ୍ଚିତ୍ର ରନୱେ ୩୪ ର ପ୍ରେସ୍ କନଫରେନ୍ସରେ ଅଜୟ ଦେବଗାନ ସାଉଥ୍ ଇଣ୍ଡିଆ ଫିଲ୍ମ ଉପରେ ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି । ସାଉଥ୍ ଇଣ୍ଡିଆ ଚଳଚ୍ଚିତ୍ର ସହ ଜଡିତ ଏକ ପ୍ରଶ୍ନ ଉପରେ ଅଜୟ ଦେବଗନ୍ ରନୱେ ୩୪ ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏପରି ନୁହଁ କି ବଲିଉଡ଼୍ ଫିଲ୍ମ ସାଉଥ୍ରେ ଚାଲୁ ନାହିଁ । ପ୍ରକୃତ କଥା ହେଉଛି ଦକ୍ଷିଣରେ ଏକ ବଡ଼ ଧରଣର ଫିଲ୍ମ ରିଲିଜ୍ କରିବାକୁ କେହି ଚେଷ୍ଟା କରୁ ନାହାନ୍ତି । ଯଦି କେହି କେବେ ଚେଷ୍ଟା କରନ୍ତି ତେବେ ଏହା ନିଶ୍ଚିତ ଭାବରେ କାର୍ଯ୍ୟକାରୀ ହେବ । ସେଠାର ଚଳଚ୍ଚିତ୍ର ମଧ୍ୟ ଭଲ ଏବଂ ଏଠାର ମଧ୍ୟ ଅଭିନେତା ଓ ଅଭିନେତ୍ରୀ ମାନେ ଭଲ ପ୍ରଦର୍ଶନ କରନ୍ତି । ଅଜୟ ଦେବଗନ୍ ଆହୁରି ମଧ୍ୟ କହିଛନ୍ତି, \'ସାଉଥ୍ ଫିଲ୍ମ ନିର୍ଦ୍ଦେଶକମାନେ ଏହି ପରି ଭାବେ ଫିଲ୍ମ ପ୍ରସ୍ତୁତ କରିଥାନ୍ତି ଯାହା ସବୁ ସ୍ତରରେ ଚାଲି ପାରିବ । ତେଣୁ ସେମାନେ ବଲିଉଡ଼୍ ର ଅଭିନେତା ଓ ଅଭିନେତ୍ରୀଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ଦେଇଥାନ୍ତି । ତେବେ ଅଜୟ ଦେବଗନଙ୍କ ଏପରି ମନ୍ତବ୍ୟ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଫିଲ୍ମ ରିଲିଜ ହେବା ସହିତ ଅଜୟ ଦେବଗନଙ୍କ ସ୍ୱର ବଦଳିଛି । ସୁଚନା ଅନୁସାରେ ବର୍ତ୍ତମାନ ରନୱେ ୩୪ ରିଲିଜ୍ ହୋଇଛି ଏବଂ ଅଜୟ ଦେବଗାନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଅଜୟ ଦେବଗନଙ୍କ ସହ ଅମିତାଭ ବଚ୍ଚନ, ରକୁଲ ପ୍ରୀତ ସିଂ ଏବଂ ବୋମନ ଇରାନୀ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି । ସୂଚନା ଅନୁଯାୟୀ, ଚଳଚ୍ଚିତ୍ର ରନୱେ ୩୪ ପ୍ରକୃତ ଘଟଣା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ହିରୋପନ୍ତୀ ୨ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଖବର ଓଡ଼ିଶା, Reporter, 29/04/2022