ଖୁବଶୀଘ୍ର ମୁକ୍ତି ଲାଭ କରିବାକୁ ଯାଉଛି ବର୍ଡର ୨। ତେବେ ଏହି ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖେଇବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟି। ବଲିଉଡ ଅଭିନେତା ଆହାନ ସେଟ୍ଟି ତାଙ୍କର ଆଗାମୀ ଫିଲ୍ମ 'ବର୍ଡର ୨'କୁ ନେଇ ଉତ୍ସାହିତ ଦେଖାଯାଉଛନ୍ତି। ତେବେ ଅହାନ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଯେଉଁଥିରେ ସେ ଖୁବ ହାଣ୍ଡସାମ ଦେଖାଯାଉଛନ୍ତି। ଏପରିକି ଆହାନଙ୍କର ଏପରି ଲୁକ ସମସ୍ତ ଚଳଚ୍ଚିତ୍ର ପ୍ରେମୀଙ୍କୁ ଖୁବ ପସନ୍ଦ ଆସିଛି।
ଆହାନ ଶେଟ୍ଟି 'ବର୍ଡର ୨'ର ତାଙ୍କର ଫଟୋ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି। ଏଥିରେ ସେ ସେନା ୟୁନିଫର୍ମ ଏବଂ ମୁଣ୍ଡରେ ଟୋପି ପିନ୍ଧିଛନ୍ତି। ଏହି ଫଟୋ ସହିତ ଆହାନ କ୍ୟାପସନରେ ଲେଖିଛନ୍ତି - 'ବର୍ଡର ୨'। ପରବର୍ତ୍ତୀ ପୋଷ୍ଟରେ ଆହାନ ଶେଟ୍ଟୀ ତାଙ୍କ ଫଟୋ ସହିତ ବର୍ଡର (୧୯୯୭)ରୁ ତାଙ୍କ ପିତା ସୁନୀଲ ସେଟ୍ଟୀଙ୍କ ଫଟୋର ଏକ କୋଲାଜ୍ ସେୟାର କରିଛନ୍ତି। କୋଲାଜରେ ସୁନୀଲ ଏବଂ ଆହାନ ସମାନ ଦେଖାଯାଉଛନ୍ତି। ଆହାନ କ୍ୟାପସନରେ ଲେଖିଛନ୍ତି - 'ପ୍ରତ୍ୟେକ ପୁଅ ତାଙ୍କ ବାପାଙ୍କ ପରି ହେବାକୁ ଚାହାଁନ୍ତି।'
ତେବେ କିଛିଦିନ ପୂର୍ବରୁ ବରୁଣ ଧାୱନ ଦିଲଜିତ୍ ଦୋସାଞ୍ଜ ମଧ୍ୟ ନିଜ ଇନଷ୍ଟା ଷ୍ଟୋରୀରେ 'ବର୍ଡର ୨'ର ଆହାନ ଶେଟ୍ଟୀଙ୍କ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଆହାନଙ୍କ ହାତ ଦେଖାଯାଉଛି ଯେଉଁଥିରେ ବହୁତ କାଦୁଅ ଲାଗିଛି। ଏପରିକି ବର୍ଡରରେ ଶତ୍ରୁ କବଳରୁ ଦେଶକୁ ସୁରକ୍ଷା ଦେବା ପାଇଁ ଯେମିତି ଜଣେ ସୈନିକ ବୀରତ୍ବର ପରିଚୟ ଦେଇଥାଏ ସେହିପରି ବରୁଣ ଧାୱନ ମଧ୍ୟ ନିଜର ଏକ ଫୋଟୋ ସୋସିଆଲ ମେଡିଆରେ ପୋଷ୍ଟ କରିଛନ୍ତି। ଏହାସହିତ ଦିଲଜିତ୍ ଦୋସାଞ୍ଜ 'ବର୍ଡର ୨' ସେଟ୍ରୁ ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହାକୁ ଦେଖିବା ପରେ ଉଭୟଙ୍କ ଅଭିନେତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳିଛି।