ଆସନ୍ତାକାଲି ହେବ ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ରାଜ୍ୟର ୧୯୩ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା। ଲଘୁଚାପ ଓ ଲଗାଣ ବର୍ଷା ପାଇଁ ପରୀକ୍ଷା କେନ୍ଦ୍ରରେ ୨୪ ଘଣ୍ଟିଆ ପାୱାର ସପ୍ଲାଇ ପାଇଁ ବୋର୍ଡ ଚିଠି ଲେଖିଛି। ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ନେଇ ଚିଠି ଲେଖା ହୋଇଛି।
ଏହି ସ୍ପେସାଲ୍ ଓଟିଇଟି ପାଇଁ ରାଜ୍ୟରେ ଆବେଦନରତ ୭୫ ହଜାରରୁ ଅଧିକ ଇନ୍ସର୍ଭିସ ଶିକ୍ଷକଙ୍କ ମଧ୍ୟରୁ ୨ ହଜାର ୬ ଶହ ଜଣ ଶାରୀରିକ ଅକ୍ଷମ ପ୍ରାର୍ଥୀ ଥିବା ସୂଚନା ମିଳିଛି।ପରୀକ୍ଷାର୍ଥୀମାନଙ୍କୁ ଅଧିକ ୫୦ ମିନିଟ୍ ସମୟ ଦିଆଯିବ। ଏହି ପରୀକ୍ଷା ଦୁଇଟି ସିଟିଂରେ ହେବ। ପେପର-୧ ପରୀକ୍ଷା ପ୍ରଥମ ସିଟିଂରେ ସକାଳ ୯ଟାରୁ ଦିନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ମିନିଟ୍ ରେ ଶେଷ ହେବ।
ପୂର୍ବ ପରି ସେହି ପୁରୁଣା ପାର୍ଟନ ଅନୁସାରେ ପ୍ରଶ୍ନ ପ୍ରସ୍ତୁତି କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଛି ସିସିଟିଭି ବ୍ୟବସ୍ଥା। ବୋର୍ଡରେ ରହିଛି ଇଣ୍ଟିଗ୍ରେଟେଡ଼ କମାଣ୍ଡ କଣ୍ଟ୍ରୋଲ ରୁମ। ବୋର୍ଡରୁ ସମସ୍ତ ପରୀକ୍ଷା ନିରୀକ୍ଷଣ କରି ପାରିବେ ଅଧିକାରୀ ପରୀକ୍ଷାରେ ଅନିୟମିତତା ତଥା ଭାଇରାଲ୍ ଓ କପି ଆଦି ନିୟନ୍ତ୍ରଣ ପାଇଁ ପୂର୍ବ ପରି ପ୍ରତି ପ୍ରଶ୍ନପତ୍ରରେ କ୍ୟୁଆର୍ କୋର୍ଡ ଏବଂ ୱାଟର୍ ମାର୍କ ରହିଛି।