ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା। ଆସନ୍ତା ୨୮ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଭାରିଯାନ ଯିବା ଆସିବା ବାରଣ। କମିଶନରେଟ୍ ପୋଲିସ ଗୁରୁବାର ଦିନ ଭୁବନେଶ୍ୱରରେ ଦୁର୍ଗାପୂଜା ଉତ୍ସବ ପାଳନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି। ଟ୍ରାଫିକ୍ କଟକଣା ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଜାରି ରହିବ।
ଭୁବନେଶ୍ୱରରେ ସେପ୍ଟେମ୍ବର ୨୮ ରୁ ଅକ୍ଟୋବର ୦୨ ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୨ଟା ରୁ ରାତି ୨ଟା ପର୍ଯ୍ୟନ୍ତ ନିମ୍ନଲିଖିତ କଟକଣା ଲାଗୁ କରାଯାଇଛି। ଏହିସମୟରେ କୌଣସି ଭାରୀ ଯାନ ନିମ୍ନଲିଖିତ ରାସ୍ତା ଦେଇ ଯାଇପାରିବେ ନାହିଁ । ସାଧାରଣ ଲୋକଙ୍କ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି ।
ଦୁର୍ଗାପୂଜା ଭିଡ଼ କେମିତି ଯିବେ?
ପୁରୀ ପଟୁ ବରମୁଣ୍ଡାକୁ ଆସୁଥିବା ବସ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଦେଇ ବରମୁଣ୍ଡା ବସଷ୍ଟାଣ୍ଡକୁ ଯାଇପାରିବେ । କୌଣସି ପ୍ରକାର ବସ୍ ସହର ମଧ୍ୟକୁ ଛଡାଯିବ ନାହିଁ । ପୁରୀ ପଟୁ କଟକକୁ ଯାଉଥିବା ବସ୍ ଲିଙ୍ଗିପୁର ଛକ ଦେଇ ବାଇପାସ୍ ରୋଡରେ ହାଇଟେକ ଛକଠାରେ ପହଞ୍ଚି ଜାତୀୟ ରାଜପଥ ଦେଇ ଯାଇପାରିବ। ସେହିପରି କଟକ ପଟୁ ଆସୁଥିବା ପୁରୀକୁ ବସଗୁଡିକ ହାଇଟେକରୁ ଲିଙ୍ଗିପୁର ଦେଇ ଯାଇପାରିବ ।
ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍ ବାଣୀବିହାର ଛକ କିମ୍ବା ରବି ଟକିଜ୍ ଛକ ଆଡକୁ ଯାଇପାରିବ ନାହିଁ । କଟକଣା ନଥିବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂହ ବୋଡ ଛକ ହୋଇ ଏବଂ ଆଚାର୍ଯ୍ୟ ବିହାର ଛକରେ ମିସିବେ । ଲିଙ୍ଗରାଜ ମନ୍ଦିର ରାସ୍ତାରୁ କୌଣସି ବସ୍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡକୁ ଯାଇପାରିବନି । ବସଗୁଡିକ ଗ୍ୟାରେଜ ଛକ, ସମାନ୍ତରାପୁର ଦେଇ ଲିଙ୍ଗିପୁର ଆଡକୁ ଯାଇପାରିବ । ପୂଜା ସମୟରେ ଭାରିଯାନ ଚଳାଚଳରେ କଟକଣା ଲଗାଯାଇଛି ।
ରସୁଲଗଡ ଛକରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ କୌଣସି ଭାରିଯାନ ଯିବନାହିଁ । ବାଣୀବିହାର ଛକଠାରୁ ଶିଶୁ ଭବନ ଛକ ଯାଏଁ ଭାରିଯାନ ଯାତାୟତ ଉପରେ କଟକଣା ଲଗାଯାଇଛି । ଆଚାର୍ଯ୍ୟ ବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଯାଏଁ ମଧ୍ୟ ସମାନ କଟକଣା ରହିଛି । ଆଚାର୍ଯ୍ୟ ବିହାର ଛକରୁ ଏୟାରପୋର୍ଟ ଛକ ଭିତରେ ଭାରିଯାନ ଚଳାଚଳ ବନ୍ଦ ରହିବ ।
ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ସମାନ କଟକଣା ଲାଗୁ ହୋଇଛି । ଜୟଦେବ ବିହାର ଛକଠାରୁ ରାଜଭବନ ଛକ ଭିତରେ ଭାରିଯାନ ବନ୍ଦ, ସେହିପରି ଫାୟାର ଟ୍ରେନିଂ ସ୍କୁଲ ଚକଠାରୁ ଶିଶୁଭବନ ଛକ ଯାଏଁ ଟ୍ରାଫିକ କଟକଣା ଲଗାଯାଇଛି । ଖଣ୍ଡଗିରି ଛକରୁ ପୋଖରୀପୁଟ ଛକ ଯାଏଁ ଭାରିଯାନ ବନ୍ଦ ରହିବା ସହ ଜାତୀୟ ରାଜପଥ-୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରେ ଥିବା ସର୍ଭିସ୍ ରୋଡରେ ମଧ୍ୟ କଟକଣା ଲାଗୁ ହୋଇଛି ।