ମଧୁସୁଦନ ଆଇନ୍ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତି ହେଲେ ପ୍ରଫେସର କମଲଜିତ ସିଂ
Khabar Odisha:prof-kamaljeet-appoint-first-vice-chancelor-of-madhusudan-university

 

କଟକ,୯ଏପ୍ରିଲ(ଖବର ଓଡିଶା); କଟକର ମଧୂସୁଦନ ଅଇନ୍ କଲେଜ ବିଶ୍ୱବିଦ୍ୟାଳୟ ଭାବରେ ଆଶନ୍ତା ୨୮ ରୁ ପରିଣତ ହେବାକୁ ଯାଉଥିବା ବେଳେ ଏହାର ପ୍ରଥମ କୁଳପତି ଭାବେ ପ୍ରଫେସର କମଲଜିତ ସିଂଙ୍କୁ ପ୍ରଥମ କୁଳପତି ଭାବରେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ତଥା ଏହାର କୁଳାଧିପତି ପ୍ରଫେସର ଗଣେଶି ଲାଲ ।

ତେବେ ଏହି ପଦରେ ତାଙ୍କୁ ୪ବର୍ଷ ସମୟ କାଳ ପାଇଁ ନିଯୁକ୍ତି କରାଯାଇଛି । ପ୍ରଫେସର ସିଂ ବର୍ତମାନ ହିମାଚଳ ପ୍ରଦେଶ ଘରୋଇ ଶିକ୍ଷାନୁଷ୍ଠାନ ନିୟାମକ ଆୟୋଗର ସଦସ୍ୟ ଭାବରେ କାର‌୍ୟ୍ୟ କରୁଛନ୍ତି । ତାଙ୍କର ଶିକ୍ଷାଦାନରେ ୨୭ ବର୍ଷର ଅଭିଜ୍ଞତା ରହିଛି ଏବଂ ଦୁଇଟି ପୁସ୍ତକ ରଚନା କରିଛନ୍ତି । ସେ ସଫଳତାର ସହ ତାଙ୍କ ମାର୍ଗଦର୍ଶନରେ ୧୭ ଜଣ ପିଏଚଡି ମେଧା ଏବଂ ୧୦୦ ଏଲ୍‌ଏଲ୍‌ଏମ୍ ଛାତ୍ରଙ୍କୁ ଉତିର୍ଣ୍ଣ କରାଇଛନ୍ତି ।

  • Tags:

Subscribe

National International State Sports Entertainment