ଭୁବନେଶ୍ୱର: ଓସିଏସ୍ ଆଶାୟୀଙ୍କ ପାଇଁ ବଡ଼ ଅପଡେଟ୍। ଓଡ଼ିଶାର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷାମଧ୍ୟରୁ ଗୋଟିଏ ହେଉଛି ଓଡ଼ିଶା ସିଭିଲ୍ ସର୍ଭିସ୍ (OCS)-୨୦୨୬ ପ୍ରିଲିମିନାରୀ ପରୀକ୍ଷା। ଯାହା ଆସନ୍ତା ଜୁନ୍ ୭ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ଏଥର ପ୍ରିଲିମ୍ସ ପରୀକ୍ଷା ଦୁଇଟି ସିଟିଂରେ ହେବ। ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହେବ ଜେନେରାଲ୍ ଷ୍ଟଡିଜ୍ ପେପର୍-୧। ଏହାପରେ ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ହେବ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ପରୀକ୍ଷା। ପେପର୍-୧ରେ ୧୦୦ଟି ପ୍ରଶ୍ନ ରହିଥିବା ବେଳେ ପେପର୍-୨ରେ ରହିବ ୮୦ଟି ପ୍ରଶ୍ନ। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରାଜ୍ୟର ୬ଟି ଜୋନ୍ କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହେବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପରୀକ୍ଷାର୍ଥୀମାନେ ଆସନ୍ତା ୩୦ ତାରିଖରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ତେଣୁ ଏବେଠାରୁ ଶେଷ ମୁହୂର୍ତ୍ତର ପ୍ରସ୍ତୁତିକୁ ଜୋରଦାର କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଉଛି। ପ୍ରତିବର୍ଷ ଲକ୍ଷାଧିକ ଯୁବକ-ଯୁବତୀ OCS ପରୀକ୍ଷା ମାଧ୍ୟମରେ ପ୍ରଶାସନିକ ସେବାରେ ଯୋଗଦେବା ସ୍ୱପ୍ନ ଦେଖୁଥିବା ବେଳେ, ଏଥର ମଧ୍ୟ ପରୀକ୍ଷା କଡ଼ା ହେବ ବୋଲି ଅନୁମାନ କରାଯାଉଛି।