ନୂଆଦିଲ୍ଲୀ: ନାସନାଲ୍ ଟେଷ୍ଟିଂ ଏଜେନ୍ସୀ ନିଟ୍ ୟୁଜି (NEET UG) ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ମାସ ୩ ତାରିଖ, ରବିବାର ହୋଇଥିବା ନିଟ୍ ପରୀକ୍ଷା ପେପର୍ ଲିକ୍ ହୋଇଥିବା ଅଭିଯୋଗ ଆଧାରରେ ଏହି ନିଷ୍ପତ୍ତି ହୋଇଛି । ନିଟ୍ ପରୀକ୍ଷା ଦ୍ୱିତୀୟ ଥର ପାଇଁ କରାଯିବ ବୋଲି ଏନଟିଏ ମଙ୍ଗଳବାର ଏକ ନୋଟିସ୍ ଜାରି କରି ସୂଚନା ଦେଇଛି । ଖୁବ ଶୀଘ୍ର ନୂତନ ତାରିଖ ଘୋଷଣା କରାଯିବ । ସିବିଆଇର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛି ଏନଟିଏ ।
ଏନଟିଏ କହିଛି ଯେ ଗତ ୧୦ ମେରେ ଜାରି ହୋଇଥିବା ପ୍ରେସ ରିଲିଜ୍ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ୮ ମେରେ ପରୀକ୍ଷା ସହିତ ଜଡ଼ିତ ସ୍ୱତନ୍ତ୍ର ତଦନ୍ତର ଆବଶ୍ୟକ ଥିବା ନେଇ ସିବିଆଇ ଚିଠି କରାଯାଇଥିଲା । ଆଇନ ପ୍ରବର୍ତ୍ତନ ସଂସ୍ଥାରେ ରିପୋର୍ଟ ଆଧାରରେ ସିବିଆଇ ଏକ ସମୀକ୍ଷା କରିଛି । ଆଗାମୀ ଦିନରେ ଏହି ମାମଲାରେ ସିବିଆଇ ତଦନ୍ତ କରିବ । ତଦନ୍ତରେ ଏନଟିଏ ସିବିଆଇକୁ ପୂର୍ଣ୍ଣ ସହଯୋଗ କରିବ ।
ତେବେ ଖୁବଶୀଘ୍ର ପୁନଃପରୀକ୍ଷା କରାଯିବ । କିନ୍ତୁ ଏଥିପାଇଁ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ନାହିଁ । ପୁରୁଣା ଆବେଦନ ଅନୁସାରେ ଆଡମିଟ୍ କାର୍ଡ ମିଳିବ । ଏଥିପାଇଁ ଅତିରିକ୍ତ ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ ନାହିଁ । ଯେଉଁମାନେ ଟଙ୍କା ପୈଠ କରିଛନ୍ତି ସେମାନଙ୍କୁ ଫେରସ୍ତ କରାଯିବ ।
ଉଲ୍ଲେଖ ଯୋଗ୍ୟ, ନିଟ୍ ପରୀକ୍ଷା ଶେଷ ହେବା ପରେ ରାଜସ୍ଥାନରେ ପାଖାପାଖି ୪୫ ଜଣ ବ୍ୟକ୍ତି ନିଟ୍ ପେପର୍ ଲିକ୍ ହେବା ମାମଲାରେ ଅଟକ ରଖିଛନ୍ତି । ସନ୍ଦେହରେ ଥିବା ପ୍ରଶ୍ୱ ପତ୍ର ଏକ ଛାପା ଖାନାରୁ ଲିକ୍ ହୋଇଥିବା ଅନୁମାନ କରାଯାଇଛି । ଯାହାକି ନିଟ୍ ପରୀକ୍ଷାର ସୁରକ୍ଷାକୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ଏହା ମଧ୍ୟ ସନ୍ଦେହ କରାଯାଉଛି ଯେ ପ୍ରିଣ୍ଟିଂ ପ୍ରେସରୁ ହାତ ଲେଖା ମାଧ୍ୟମରେ ପେପର୍ ଲିକ୍ ହୋଇଛି ।