ଆଜି ଅପରାହ୍ନ 5ଟା ରେ ପ୍ରକାଶ ପାଇବ ସିବିଏସଇର ବାକି ଥିବା ପରୀକ୍ଷାର ତାରିଖ, ଟ୍ୱିଟ କରି ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ
Khabar Odisha:The-rest-of-the-CBSE-exam-dates-will-be-released-today-at-5-pm
ନୂଆଦିଲ୍ଲୀ, ମେ ୧୬ (ଖବର ଓଡ଼ିଶା):

ଆଜି ଅପରାହ୍ନରେ ପ୍ରକାଶ ପାଇବ ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କର ବାକି ଥିବା ପରୀକ୍ଷା ସାରଣୀର ତାରିଖ । ଏ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଡ଼ଃ ରମେଶ ପୋଖରିଆଲ ନିଶଙ୍କ ।

କିଛି ଦିନ ପୂର୍ବେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ୍ ନିଶଙ୍କ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ଯେ ସିବିଏସ୍ଇ ବୋର୍ଡ ଶ୍ରେଣୀ ଦଶମ-ଦ୍ୱାଦଶର ଅବଶିଷ୍ଟ ପରୀକ୍ଷା ଜୁଲାଇରେ କରିବ। ସେ କହିଥିଲେ ଯେ ପରୀକ୍ଷା ପରିଚାଳନା ତାରିଖ 1.07.2020 ରୁ 15.07.2020 ମଧ୍ୟରେ ସ୍ଥିର କରାଯାଇଛି ବୋଲି । ହେଲେ, ବର୍ତ୍ତମାନ ସେ ସୂଚନା ଦେଇଛନ୍ତି ଯେ ଆଜି ଅପରାହ୍ନ 5 ଟା ରେ ସିବିଏସଇର ଅବଶିଷ୍ଟ ପରୀକ୍ଷାଗୁଡ଼ିକର ସମ୍ପୂର୍ଣ୍ଣ ତାରିଖ ପ୍ରକାଶ ପାଇବ।

ଏଥିସହ ସିବିଏସ୍ଇ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଦଶମ ବୋର୍ଡର ଅବଶିଷ୍ଟ ପରୀକ୍ଷା କେବଳ ଉତ୍ତର ପୂର୍ବ ଦିଲ୍ଲୀରେ ହେବ। ଏଥି ସହିତ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକର ପରୀକ୍ଷା ଏଠାରେ ନିଆଯିବ। ଦ୍ୱାଦଶ ଶ୍ରେଣୀର 29 ଟି ମୁଖ୍ୟ ବିଷୟର ପରୀକ୍ଷା କରାଯିବ |

  • Tags:

Subscribe

National International State Sports Entertainment