ଆଜିଠୁ ଓଜେଇଇ ପରୀକ୍ଷା: ଦୈନିକ ୩ଟି ସିଫ୍ଟରେ ପରୀକ୍ଷା, କୋଭିଡ କଟକଣା କଡାକଡି
Khabar Odisha:Ojee-exams-from-today-Exams-in-3-shifts-daily-Covid-cuts-are-strict
ଭୁବନେଶ୍ୱର, ଜୁଲାଇ 4(ଖବର ଓଡିଶା):

ଆଜିଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । ରାଜ୍ୟରେ ୬୧ଟି ଓ ରାଜ୍ୟ ବାହାରେ ୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ଓଡେଇଇ ପାଇଁ ୫୮ ହଜାର ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି । ଏହାସହିତ କୋଭିଡ କଟକଣା କଡାକଡି ପାଳନ କରାଯାଉଛି ।

ପ୍ରଥମ ସିଫ୍ଟି ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ପରେ ୧୨ଟା ୩୦ରେ ଆରମ୍ଭ ହୋଇ ୨ଟା ୩୦ ଯାଏଁ ଚାଲିବ । ସେହିପରି ତୃତୀୟ ସିଫ୍ଟ ଅପରାହ୍ଣ ୪ଟାରୁ ଆରମ୍ଭ ହୋଇ ୬ଟା ଯାଏଁ ଚାଲିବ । 

ତେବେ ଚଳିତ ବର୍ଷ ଓଜେଇଇ ପରୀକ୍ଷାରେ କରୋନା କଟକଣାକୁ କଡାକଡି କରାଯାଇଛି । ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାସହିତ ସାନିଟାଇଜର ବ୍ୟବହାର ଉପରେ ପ୍ରାଥମିକତା ଦିଆଯାଇଛି । ପରୀକ୍ଷା ପୂର୍ବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ବିଶୋଧନ ମଧ୍ୟ କରାଯାଇଥିଲା ।

  • Tags:

Subscribe

National International State Sports Entertainment