ବଲାଙ୍ଗୀର : ଗତ କାଲିଥିଲା ବିବାହ ବାର୍ଷିକୀ । ଆଉ ଆଜି ସେ ଆରପାରିରେ । ବଡ଼ ଧୁମ୍ଧାମ୍ରେ ହସଖୁସିରେ ନିଜ ସ୍ତ୍ରୀ ଓ ତାଙ୍କ ପିଲା ଛୁଆଙ୍କ ସହ ବିବାହ ବାର୍ଷିକୀ ପାଳନ କରିଥିଲେ । ଆଉ ରବିବାର ଦୁର୍ଘଟଣାରେ ପ୍ରାଣ ହରାଇ ଆରପାରିରେ । ଆମେ କହୁଛୁ ବଲାଙ୍ଗିର ପୁଇଁନ୍ତଲା ଥାନା ଅନ୍ତର୍ଗତ ରଣ୍ଡା ଗ୍ରାମର ଶଶିଭୂଷଣ ସାହୁଙ୍କ କଥା । ଶଶିଭୂଷଣ ଜଣେ ଫାଇନାନ୍ସ କର୍ମଚାରୀ ଥିବା ବେଳେ କାଲି ପରିବାର ସହ ଖୁସିରେ ମନାଇଥିଲେ ମ୍ୟାରେଜ ଆନିଭରସେରୀ । ସୋସିଆଲ ମିଡ଼ିଆରେ ହାପି ଆନିଭରସେରୀ ଲେଖି ଷ୍ଟାଟସ୍ ବି ଲଗାଇଥିଲେ ଶଶିଭୂଷଣ । ଆଉ ବାହାରି ପଡ଼ିଥିଲେ ସର୍ମ୍ପକୀୟଙ୍କ ବାହାଘରର ବରଯାତ୍ରୀ ପାଇଁ । ବରଯାତ୍ରୀ ଭୋଜିଭାତ ଖାଇସାରି ବଲାଙ୍ଗିରରୁ ଘରକୁ ଫେରିବା ବେଳେ ମଲମୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ଜମ ଅଟକିଥିବା ଭଳି ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାପରେ ଟ୍ରକ ସହ ଚାଳକ ଫେରାର୍ ହୋଇଯାଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କ ଗାଡ଼ିର ୮୦ ପ୍ରତିଶତ ଅଂଶ ଚୁର୍ମାର ହୋଇଯିବା ସହ ତାଙ୍କ ଜୀବନ ଚାଲିଯାଇଥିଲା । ଖବର ପାଇବା ପରେ ପରିବାରବର୍ଗ ଓ ବନ୍ଧୁବାନ୍ଧବ ମାନେ ମର୍ମାହତ ହେବା ସହିତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଆଗକୁ ପଢନ୍ତୁ : ବାରବାଟୀରେ ଆଜି ସେଲିବ୍ରିଟି ଲିଗ୍, ମ୍ୟାଚ୍ ଦେଖିବାକୁ ବାରବାଟୀ ଆସିବେ ମୁଖ୍ୟମନ୍ତ୍ରୀ