ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ବିଜ୍ଞାନ ପ୍ରଶ୍ନପତ୍ରରେ ବଡ ତ୍ରୁଟି ସାମ୍ନାକୁ ଆସିଛି । ଆଜି ପରୀକ୍ଷାରେ C ସେଟ ରେ ଆସିଥିବା ପ୍ରଶ୍ନରେ ୪ ମାର୍କର ପ୍ରଶ୍ନ କମ ରହିଥିଲା । ତେବେ ଏହା ଦ୍ୱାରା ପିଲ୍ଲାଙ୍କର ମାର୍କରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ବୋର୍ଡ଼ ସଭାପତି । ମୂଲ୍ୟାୟନ କମିଟି ଏନେଇ ବିଚାର ବିମର୍ଶ ପରେ ନିଷ୍ପତ୍ତି ନେବ ।
ତେବେ ଶନିବାର ଅନୁଷ୍ଠିତ ହେଉଥିବା ଦଶମ ବୋର୍ଡ଼ ପରୀକ୍ଷାରେ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ C ପ୍ରଶ୍ନସେଟରେ ୪ ମାର୍କର ପ୍ରଶ୍ନ ଭୁଲ ଭାବେ ପ୍ରିଣ୍ଟ ହୋଇଥିବା ନେଇ ସଭାପତି ସୁଚନା ଦେଇଥିଲେ । ସବଜେକ୍ଟିଭ ପ୍ରଶ୍ନପତ୍ରରେ ୫୦ ମାର୍କ ବଦଳରେ ୪୬ ମାର୍କର ପ୍ରଶ୍ନ ଆସିଥିଲା । ଏହି ତ୍ରୁଟିକୁ ସ୍ୱୀକାର କରି ପିଲ୍ଲାଙ୍କୁ ଆଶ୍ୱାସନା ଦେଇଛନ୍ତି ସଭାପତି ମହୋଦୟ । ପରୀକ୍ଷା ପରିଚାଳନା କମିଟି ଏନେଇ ତର୍ଜମା କରିବା ସହିତ ଛାତ୍ରଛାତ୍ରୀ ମାନେ ଆଶ୍ୱସ୍ଥ ରହିବାକୁ ସଭାପତି ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ।