ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ମୈଦଲପୁର ଥାନା ପିତାରିଗୁଡା ନିକଟ ରାସ୍ତା ପାର୍ଶ୍ଵ ଜମିରୁ ଜନୈକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ସେ ପାଇକ କୋତ୍ରା ଗ୍ରାମର ମନବୋଧ ପୂଜାରୀ ବୋଲି ଜଣାପଡିଛି । ପରିବାର ଲୋକ ମୈଦଲପୁର ଥାନାରେ ଖବର ଦେବାପରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ଗତ କାଲି କୁଚା ଗ୍ରାମକୁ ଏକ ବିବାହ ଭୋଜି ପାଇଁ ମନବୋଧ ଯାଇଥିଲେ । ଫେରିବା ସମୟରେ ବାଇକ ଦୁର୍ଘଟଣା ଘଟି ଜମି ତଳକୁ ବାଇକ ସହ ଖସି ପଡିଥିଲେ । ପରିବାର ଲୋକ ଆସି ବାଇକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତ କଲେ ମୃତ୍ୟୁର କାରଣ ସ୍ୱଷ୍ଟ ଜଣାପଡିବ ।