ଭୁବନେଶ୍ୱର: ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ବାରିପଦାସ୍ଥିତ ଘରେ ପଶି ଦୁର୍ବୁତ୍ତ ବ୍ୟବସାୟୀଙ୍କ ବେକ କାଟି ହତ୍ୟା କରିଛନ୍ତି । ହତ୍ୟା ପରେ ଦୁର୍ବୁତ୍ତ ଘଟଣା ସ୍ଥଳରୁ ଫେରାର । ଭଞ୍ଜପୁର ଥାନା ଫରେଷ୍ଟ କଲୋନୀରେ ଏଭଳି ଅଘଟଣ ଘଟିଯାଇଛି । ତୁରନ୍ତ ବ୍ୟବସାୟୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ବ୍ୟବସାୟୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୁତ୍ତ ଏପରି କାଣ୍ଡ କରିଥିବା ସନ୍ଦେହ କରାଯାଉଛି ।