ଭୁବନେଶ୍ୱର: ରାଜ୍ୟରେ ଆସନ୍ନ ବାତ୍ୟା ‘ଦାନା’ ସ୍ଥଳଭାଗ ମୁହାଁ ହେଉଛି। ପାଣିପାଗ ବିଭାଗ ଅନୁଯାୟୀ ଏହା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ବହୁତ ପ୍ରଭାବିତ କରିବ। ଏନେଇ ପ୍ରସ୍ତୁତ ରହିବାପାଇଁ ଏବଂ ସମସ୍ତ କାର୍ଯ୍ୟର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୯ଟି ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଦାନା’ରେ ୯ଟି ଜିଲ୍ଲାରେ ଆବଶ୍ୟକୀୟ କାର୍ଯ୍ୟ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଏହି ମନ୍ତ୍ରୀମାନେ ହେଲେ -
ପୁରୀ- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
କେନ୍ଦ୍ରାପଡ଼ା- ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
କଟକ - ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଜଗତସିଂହପୁର- ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ
ବାଲେଶ୍ୱର- ପଂଚାୟତିରାଜ ମନ୍ତ୍ରୀ ରବି ନାଏକ
ଭଦ୍ରକ- କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ
ମୟୂରଭଞ୍ଜ- ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
କେନ୍ଦୁଝର - ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ସୂଚନାଯୋଗ୍ୟ ମଙ୍ଗଳବାର ୬ଜଣ ବରିଷ୍ଠ ଆଇଏଏସଙ୍କୁ ବାତ୍ୟାର ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ କାର୍ଯ୍ୟ ନିରୀକ୍ଷଣର ଦାୟିତ୍ୱଭାର ଦିଆଯାଇଥିଲା। କେ.ସୁଦର୍ଶନ ଚକ୍ରବର୍ତୀଙ୍କୁ ବାଲେଶ୍ୱର ଜିଲ୍ଲା, ତ୍ରିଲୋଚନ ମାଝିଙ୍କୁ ଭଦ୍ରକ ଜିଲ୍ଲା, ବଳବନ୍ତ ସିଂଙ୍କୁ ପୁରୀ ଜିଲ୍ଲା, ବିନୀତ ଭରଦ୍ଵାଜଙ୍କୁ ମୟୁରଭଞ୍ଜ ଜିଲ୍ଲା, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର ଜିଲ୍ଲା ଓ ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଜିଲ୍ଲାରେ ଯୋଗ ଦେବାପାଇଁ ଦାୟିତ୍ୱ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ସମ୍ପୃକ୍ତ ଜିଲ୍ଲାରେ ଏହି ଅଫିସର ମାନେ ଜିଲ୍ଲାପାଳ ଥିଲେ। ସମ୍ପୃକ୍ତ ଜିଲ୍ଲାରେ ରିଲିଫ ତଥା ଉଦ୍ଧାର କାର୍ଯ୍ୟ ତଦାରଖ କରିବେ।