କାଲିଫର୍ଣ୍ଣିଆ: ଆପଲ୍ ୱାଚରେ ସ୍ଲିପ ଆପ୍ନିଆ ଚିହ୍ନଟ କରିବା ବୈଶିଷ୍ଟ୍ୟ ସର୍ବ ପ୍ରଥମେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ଏହାର ଏୟାରପୋଡ୍ ପ୍ରୋ ୨ ରେ କାନର ଶ୍ରବଣ ଶକ୍ତି ଉପରେ ଯେପରି କୌଣସି ଖରାପ ପ୍ରଭାବ ନ ପଡେ ତା ପ୍ରତି ବିଶେଷ ଧ୍ୟାନ ଦେବା ସହ କାନର ଶ୍ରବଣ ସ୍ୱାସ୍ଥ୍ୟ ସମ୍ବଧୀୟ ଅବସ୍ଥା ଉପରେ ସୂଚନା ଦେବା ସହ ସହାୟତା ପାଇବା ପାଇଁ ସାହାଯ୍ୟ କରିବ।
ସୋମବାର ଦିନ କାଲିଫର୍ନିଆର ଆପଲ୍ ପାର୍କରେ ଆପଲ୍ “ଏହାର ଗ୍ଲୋ ଟାଇମ୍” କାର୍ଯ୍ୟକ୍ରମରେ ଆପଲ୍ ୱାଚ୍ ସିରିଜ୍ ୧୦ ଏବଂ ଏୟାରପୋଡ୍ ପ୍ରୋ ୨ ସର୍ବଭାରତୀୟ ସ୍ତରରେ ଲଞ୍ଚ କରିଛି। ଏହାର ଏୟାରପୋଡ୍ ପ୍ରୋ ୨ ବିଶ୍ୱର ପ୍ରଥମ ଏୟାରପୋଡ୍ ହେବ ଯାହା ଶ୍ରାବଣ ସ୍ୱାସ୍ଥ୍ୟର ସଠିକ ବିଶ୍ଳେଷଣ କରିବା ସହ ଉପଯୁକ୍ତ ସମୟରେ ସହାୟତା ମଧ୍ୟ ଯୋଗାଇଦେବ।
ସ୍ଲିପ ଆପ୍ନିଆ ଚିହ୍ନଟ କରିବା ବୈଶିଷ୍ଟ୍ୟ ଆପ୍ପଲ ୱାଚ ସିରିଜରେ ପ୍ରଥମଥର ପାଇଁ ଯୋଡି ହୋଇଛି। ପ୍ରଥମେ ଏହାକୁ ସିରିଜ୍ ୧୦ ମଡେଲରୁ ଆରମ୍ଭ କରାଯିବା ବେଳେ ଏହାକୁ ଆପଲ୍ ୱାଚ୍ ସିରିଜ୍ ୯, ଆପଲ୍ ୱାଚ୍ ସିରିଜ୍ ୧୦ ଏବଂ ଆପଲ୍ ୱାଚ୍ ଅଲଟ୍ରା ୨ ର ଉପଭୋକ୍ତା ମାନେ ମଧ୍ୟ ବ୍ୟବହାର କରିପାରିବେ।
ଏହି ୱାଚ୍ ସିରିଜ୍ କୁ ନିର୍ମାଣ କରିଥିବା କପର୍ଟିନୋ-ଆଧାରିତ କମ୍ପାନୀ ଉକ୍ତି ପ୍ରକାଶ କରି କହିଛି ଯେ ଉନ୍ନତ ମେସିନ୍ ଲର୍ନିଂ ଏବଂ କ୍ଲିନିକାଲ୍-ଗ୍ରେଡ୍ ସ୍ଲିପ ଆପ୍ନିଆ ପରୀକ୍ଷଣର ଏକ ବିସ୍ତୃତ ଡାଟା ସେଟ୍ ବ୍ୟବହାର କରି ସେ ନୂତନ ଆଲଗୋରିଦମ ବିକାଶ କରିଛି। ଅଭିନବ ଶୋଇବା ପ୍ରକ୍ରିୟାରେ ବିଶୃଙ୍ଖଳା ତଥା ବ୍ୟାଘାତ ଜନିତ ସମସ୍ୟାକୁ ଏହାର ଆଲଗୋରିଦମ ଟ୍ରାକ କରି ବ୍ୟବହାରକାରୀଙ୍କୁ ନୋଟିଫିକେସନ ଜରିଆରେ ଚେତାଇଦେବ। ତେବେ ସ୍ଲିପ ଆପ୍ନିଆ ଏକ ଗୁରୁତର ସମସ୍ୟା ଅଟେ ଯେଉଁଥିରେ ଶୋଇଥିବା ସମୟରେ ହଠାତ ନିଶ୍ୱାସ ପ୍ରଶ୍ୱାସ ବାରମ୍ବାର ବନ୍ଦ ହୋଇଯାଏ ଏବଂ ଆରମ୍ଭ ହୁଏ। ଏହାଦ୍ୱାରା ବହୁ ଲୋକ ମୃତ୍ୟୁମୁଖରେ ମଧ୍ୟ ପଡ଼ିଥାନ୍ତି।
ଏହାର ଶୋଇବାରେ ବ୍ୟଘାତକୁ ପରୀକ୍ଷା କରିବାର ମାନକ ଏକ ଆକ୍ସିଲେରୋମିଟର ବ୍ୟବହାର କରେ, ଯାହା ଦ୍ୱାରା ମଧ୍ୟମରୁ ଗୁରୁତର ସ୍ଲିପ ଆପ୍ନିଆର ଲକ୍ଷଣ ସହଜରେ ଚିହ୍ନଟ କରିପାରେ। ଆସନ୍ତା କିଛି ମାସ ମଧ୍ୟରେ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନ (ଏଫଡିଏ) ର ଅନୁମୋଦନ ପାଇବା ପରେ ୧୫୦ ଟି ଦେଶରେ ସ୍ଲିପ ଆପ୍ନିଆ ବୈଶିଷ୍ଟ୍ୟଯୁକ୍ତ ୱାଚର ବିକ୍ରି ଆରମ୍ଭ ହେବ। ପୂର୍ବ ଆପଲ୍ ୱାଚ୍ ମଡେଲଗୁଡିକରୁ ଆଫିବ୍ ଆଲର୍ଟ, କାର୍ଡିଓ ଫିଟନେସ୍ ଏବଂ ଇସିଜି ଆପ୍ ପରି ଅନ୍ୟାନ୍ୟ ମାନକ ଗୁଡିକ ମଧ୍ୟ ନୂତନତମ ମଡେଲରେ ଉପସ୍ଥିତ ରହିବ।