ବ୍ରହ୍ମପୁର: ବ୍ରହ୍ମପୁର ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟାର କାହାଣୀ କହିଛନ୍ତି ପତ୍ନୀ ରଶ୍ମିତା ପାତ୍ର । କେବଳ ପୁତୁରା ଝିଆରୀ ନୁହେଁ ବରଂ ବଡ଼ ଯାଆ ଏବଂ ତାଙ୍କ ଭାଇଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରିଛନ୍ତି ରଶ୍ମିତା ।
ସୁଧୀରଙ୍କ ପତ୍ନୀ ରଶ୍ମିତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀଙ୍କ ଅପହରଣ ଏବଂ ହତ୍ୟାର ଗୋଟିଏ ଗୋଟିଏ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି । ସେଦିନର ରାତି କିଭଳି ତାଙ୍କ ଜୀବନକୁ ଅନ୍ଧକାରକୁ ଠେଲି ଦେଇଥିଲା ସେ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରଶ୍ମିତା । ସେ କହିଛନ୍ତି ଯେ ସୁଧୀରଙ୍କୁ ଅପହରଣ କରିବାରେ ଅପହରଣକାରୀମାନେ ୨ କୋଟି ଟଙ୍କା ମାଗିଥିଲେ । ଏ ନେଇ ସେ ପୋଲିସକୁ ଖବର ଦେଇଥିଲେ । ଅପହରଣକାରୀ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ଭଲ ଭାବରେ ଜାଣିଥିଲା । ଏମିତିକି ସୁଧୀରଙ୍କ ଶ୍ୱଶୁର ଘର ସମ୍ପର୍କରେ ସବୁ କିଛି ଜାଣି ଥିଲା । ଅପହରଣକାରୀଙ୍କ ଦାବି ମୁତାବକ ତାଙ୍କ ପାଖରେ ଯାହା ଥିଲା ରଶ୍ମିତା ଦେବାକୁ ତାଙ୍କ ଭାଇଙ୍କ ସହିତ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଠିକଣାକୁ ଯାଇଥିଲେ । ସେମାନେ ଏକ ବ୍ରିଜ୍ ପାଖକୁ ଯାଇଥିଲେ ଏବଂ ତାଙ୍କର ଦୁଇ ଜଣ ଲୋକେ ଆସି ଦେଖିଥିଲେ ସୁନା ଗହଣା ଆଣିଥିଲେ କି ନାହିଁ । ଏପ୍ରିଲ ୧୫ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ନିରନ୍ତର କଲ୍ ଆସୁଥିଲା । ଏମିତିକି ଭିଡ଼ିଓ କଲ୍ ମଧ୍ୟ କରିଥିଲେ । କିନ୍ତୁ ତା ପରଠାରୁ ଆଉ କଲ୍ ଆସିନଥିଲା ।
ଗୋପାଳପୁର ଥାନାକୁ ଅପହରଣ ଏତଲା ଦେବାକୁ ଯାଇଥିବାବେଳେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ କହିଥିଲା । ଯେଉଁ ନମ୍ବରରେ କଲ୍ ଆସୁଥିଲା ଘଟଣା ଘଟିବାର ୪ମାସ ପୂର୍ବରୁ ଅପହରଣକାରୀଙ୍କ ନମ୍ବରକୁ ପରିବାର ସଦସ୍ୟଙ୍କ କଲ୍ ଯାଇଥିଲା । ଏ ସବୁରେ ମାଷ୍ଟରମାଇଣ୍ଡ ଥିଲା ଝିଆରୀ ନିବେଦିତା । ଝିଆରୀ ନିବେଦିତାଙ୍କ ନମ୍ବର ଲିଙ୍କ୍ ଅପହରଣକାରୀଙ୍କ ଥିବା ପୋଲିସ କହିଥିଲା ।
ସୁଧୀରଙ୍କ ବଡ଼ ଭାଇଙ୍କର ପ୍ରଥମେ ପେଟରେ ଯନ୍ତ୍ରଣା ହୋଇଥିଲା । ପରେ ହୃଦଘାତ ଆସିଥିବା ଡାକ୍ତର କହିଥିଲେ । ଅପରେସନ୍ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଗଲା । କିନ୍ତୁ ତାଙ୍କ ବଡ଼ ଭାଇଙ୍କର ସେୟାର ମାର୍କେଟରେ ଅଢ଼େଇ କୋଟି ବୁଡ଼ି ଯିବା ପରେ ସେ ଚିନ୍ତାଗ୍ରସ୍ତ ଥିଲେ । କିନ୍ତୁ ବଡ଼ ଭାଇଙ୍କ ମୃତ୍ୟୁ ପାଇଁ ସୁଧୀରଙ୍କୁ ଦାୟୀ କରୁଥିଲେ ପୁତୁରା, ଝିଆରୀ ଏବଂ ତାଙ୍କ ଭାଉଜ । ସୁଧୀର ଯେଉଁ ହସ୍ପିଟାଲକୁ ନେଇ ପୁତୁରା ବିରୋଧ କରିଥିଲେ । ତେଣୁ ସେଥିପାଇଁ ସୁଧୀରଙ୍କ ଉପରେ ରାଗ ରଖିଥିଲେ । ସୁଧୀରଙ୍କ ବଡ଼ ଭାଇଙ୍କ ମୃତ୍ୟୁ ପରେ ବଡ଼ ଭାଉଜ ଆମକୁ ଶାନ୍ତିରେ ରଖାଇ ଦେବେ ନାହିଁ ବୋଲି ବାରମ୍ବାର କହିଆସୁଥିଲେ । ତେଣୁ ବଡ଼ ଯାଆ ଏବଂ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ରଶ୍ମିତା ଦାବି କରିଛନ୍ତି ।