ମୟୂରଭଞ୍ଜ ପୋଲିସ ଓ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପକୁ ମିଳିଛି ବଡ ସଫଳତା । ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ ହୋଇଛି । ଏସଟିଆର ଓ ପୋଲିସର ମିଳିତ ଚଢାଉରେ ଡୁକୁରୀ ରେଞ୍ଜ ଅନ୍ତର୍ଗତ ଚେକାମରା ଗାଁରୁ ଏକ କଲରାପତରିଆ ବାଘଛାଲ ଜବତ ହୋଇଛି ।
ସୂଚନା ଅନୁଯାୟୀ ଗୁଇନ୍ଦା ପକ୍ଷରୁ ସୂଚନା ପାଇ ସେହି ସ୍ଥାନରେ ଜଣେ ଶିକାରୀ ବାଘ ଶିକାର କରି ବିକ୍ରି କରିବା ଲାଗି ଛାଲ ରଖୁଥିବା ଖବର ମିଳିଥିଲା । ତେବେ ଏହି ଘଟଣାରେ ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଅଞ୍ଚଳର ୩୫ ବର୍ଷ ବୟସ୍କ ଯୁବକଙ୍କୁ ଅଟକ ରଖ୍ ଅଧିକ ପଚରାଉଚରା ଜାରି ରହିଛି । ଏନେଇ ଶିମିଳିପାଳ ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ସୂଚନା ଦେଇଛନ୍ତି କି ବାବଦରେ ଅଧିକ ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ ;- ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼