ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ଗାଡ଼ି ଉପରକୁ ବୋମାମାଡ଼ । ଏଥିରେ କେହି ଆହତ ହୋଇନଥିବା ବେଳେ ଗାଡିର ଆଗ ଭାଗ ଭାଙ୍ଗିରୁଜି ଯାଇଛି । ଗୋଷାଣି ନୂଆଁଗାଁ ବଡ଼ ସାହିଠାରେ ଶିବ ଶଙ୍କର ଦାଶଙ୍କ ଗାଡି ଉପରକୁ ବୋମାମାଡ଼ ହୋଇଛି । ଗତକାଲି ରାତି ପ୍ରାୟ ୧୦ଟାରେ ଶିବଶଙ୍କର ପୁଅ ଦେହ ଖରାପ ଥିବାରୁ ନିଜ କାରରେ ନିକଟସ୍ଥ ଏକ ଘରୋଇ କ୍ଲିନିକ୍ କୁ ନେଇଥିଲେ । ଚିକିତ୍ସା ପରେ ଘରକୁ ଫେରୁଥିବା ସମୟରେ ତାଙ୍କ କାର ଉପରକୁ ବୋମାମାଡ଼ କରିଥିଲେ ଦୁଇ ଦୁର୍ବୃତ୍ତ । ବଡ଼ ମଠ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଲୁଚି ରହିଥିଲେ। ହଠାତ୍ ବୋମାମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ପୂର୍ବରୁ ମଧ୍ୟ ଶିବ ଶଙ୍କର ଦାସଙ୍କ ଉପରେ ଆକ୍ରମଣ ହୋଇଛି । ଆଉ ଏ ଘଟଣା ପରେ ଗୋଷଣି ନୁଆଗାଁ ଥାନାରେ ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ବୋମାମାଡ ହୋଇଛି ତାହା ଅସ୍ପଷ୍ଟ ରହିଛି । ଶିବ ଶଙ୍କର ଦାସଙ୍କ କହିବା ଅନୁଯାୟୀ ଗତ କିଛି ଦିନ ହେଲା ପୁଣି ଥରେ ସେ ରାଜନୀତିକୁ ଫେରିଛନ୍ତି । ଏହା ଦେଖି କିଛି ଲୋକ ଅସହ୍ୟ ହୋଇ ଏଭଳି କରି ଥାଇ ପାରନ୍ତି ।
ଅଧିକ ପଢନ୍ତୁ; ଗଜପତିରୁ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବସ୍