ଢେଙ୍କାନାଳ: ଭିଜିଲାନ୍ସ ହାତରେ ପଡିଲେ ଅବକାରୀ ଅଧିକ୍ଷକ । ତିନି ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଢେଙ୍କାନାଳ ଅବକାରୀ ଅଧିକ୍ଷକଙ୍କୁ ଧରିଲା ଭିଜିଲାନ୍ସ । ଧରାପଡିଥିବା ଅବକାରୀ ଅଧିକ୍ଷକ ହେଲେ କ୍ରିଷ୍ଣା ନାୟକ ।
ସୂଚନାଅନୁଯାୟୀ ଅପରାହ୍ନ ୪ଟା୩୦ସମୟରେ ସମୟରେ ଅବକାରୀ ଗାଡିରେ ଟଙ୍କା ନେଇ ଯାଉଥିବା ବେଳେ ଢେଙ୍କାନାଳ ଜିଲ୍ଲାପାଳଙ୍କ କ୍ଵାର୍ଟର ସାମନାରୁ ଧରିଛି ଭିଜିଲାନ୍ସ ଟିମ।ତେବେ ଏହି ଟଙ୍କା କେଉଁ ଆଡେ ଓ କାହାକୁ ଦେବାକୁ ନେଉଥିଲେ ସେ ନେଇ ସ୍ପଷ୍ଟ ଜଣାପଡିନି।ଅବକାରୀ ଅଧିକ୍ଷକଙ୍କୁ ତାଙ୍କ କ୍ଵାଟରକୁ ନେଇ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ।
ଢେଙ୍କାନାଳ ଓ କଟକ ଭିଜିଲାନ୍ସ ଟିମ ମିଳିତ ଭାବେ ରେଡ୍ କରି ତାଙ୍କୁ ଧରିଥିବା ସୂଚନା ମିଳିଛି । ଅଧିକ୍ଷକଙ୍କ କଟକ ଚୈ।ଦ୍ବାର ପ୍ରଧାନସାହି ସ୍ଥିତ ଘର, ଅରିଲୋ ସ୍ଥିତ ଶ୍ୱଶୁରଘର,ଜଗତପୁରରେ, ପୁରୀ କୁମ୍ଭାରପଡାରେ ଓ ଢେଙ୍କାନାଳ ମହାବୀର ବଜାର ସ୍ଥିତ ଆବାସିକ ଘର, ସହିତ ମଶିଷାପାଟସ୍ଥିତ ସରକାରୀ କାର୍ଯ୍ୟାଳୟକୁ ମିଶାଇ ମୋଟ ୬ଟି ଯାଗାରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଉଛି।