ପାରାଦ୍ୱୀପ: ପାରଦ୍ୱୀପରୁ ବିପୁଳ ପରିମାଣର ବେଆଇନ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଜବତ କରାଯାଇଛି । ପାରାଦ୍ଵୀପ ଲକ୍ ଥାନା ପୋଲିସ ଚଢାଉ କରି ସିଲିଣ୍ଡର ଗୁଡ଼ିକୁ ଜବତ କରିଛି । ଚଢ଼ାଉ ବେଳେ ୧୦୦ରୁ ଉର୍ଦ୍ଧ୍ୱ ବେଆଇନ ସିଲିଣ୍ଡର ଜବତ କରାଯାଇଛି । ମାମଲାରେ ସମ୍ପକ୍ତି ଥିବା ଅଭିଯୋଗରେ ନିମିଢ଼ି ଗ୍ରାମର ନାରାୟଣ ପୁଷ୍ଟିଙ୍କ ପୁଅ ସଞ୍ଜୟ ପୁଷ୍ଟିକୁ ଗିରଫ କରାଯାଇଛି ।
ପାରାଦ୍ଵୀପ ଲକ୍ ଥାନା ଅଧୀନସ୍ଥ ନିମିଢ଼ି ଗାଁର ନାରାୟଣ ପୁଷ୍ଟିଙ୍କ ପୁଅ ସଞ୍ଜୟ ପୁଷ୍ଟି ଦୀର୍ଘ ଦିନଧରି ଚୋରା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ କାରବାର କରି ଆସୁଥିଲା । ପାରାଦ୍ଵୀପର ବିଭିନ୍ନ ଶିଳ୍ପାୟନରେ କାର୍ଯ୍ୟ କରୁଥିବା ଅଣ ଓଡ଼ିଆ ଶ୍ରମିକମାନଙ୍କୁ ଚଢ଼ା ଦରରେ ଗ୍ୟାସ୍ ସିଲିଣ୍ଡର୍ ବିକ୍ରୀ କରୁଥିଲେ । ଏ ନେଇ ଏକ ବିଶେଷ ସୂତ୍ରରୁ ପାରାଦ୍ଵୀପ ଲକ୍ ଥା.ନା ପୋଲିସ୍ ଖବର ପାଇବା ପରେ ଚଢ଼ାଉ କରିଛି । ଚଢ଼ାଉ ବେଳେ ୧୦୦ରୁ ଉର୍ଦ୍ଧ୍ୱ ବେଆଇନ ସିଲିଣ୍ଡର ଜବତ କରାଯାଇଛି । ସେଥି ମଧ୍ୟରେ ୮୫ ଟି ବଡ଼ ଓ ୩୫ ଛୋଟ ସିଲିଣ୍ଡର ରହିଛି । ବେଆଇନ ଭାବେ ଏଲପିଜି ଗ୍ୟାସ ବ୍ୟବସାୟ କରିବା ଅଭିଯୋଗରେ ପୋଲିସ ସଞ୍ଜୟ ପୁଷ୍ଟି ଓରଫ୍ କାଳିଆକୁ ଗିରଫ କରିଛି । ଏ ନେଇ ଅଧିକ ଖୋଳତାଡ଼ କରାଯାଉଛି ।