ବେଙ୍ଗାଲୁରୁ: କର୍ଣ୍ଣାଟକର ପ୍ରଜ୍ବଳ ରେବନ୍ନାଙ୍କ ଭାଇ ସୂରଜ ରେବର୍ଣ୍ଣାଙ୍କୁ ପୁଲିସ ରବିବାର ପୂର୍ବାହ୍ଣରେ ଗିରଫ କରିଛି। ସୂରଜଙ୍କ ବିରୋଧରେ ଜଣେ ଜେଡିଏସ୍ କର୍ମୀଙ୍କ ଯୌନ ସଂପର୍କିତ ଅଭିଯୋଗ ଆଣିଥିଲେ। କର୍ଣ୍ଣାଟକ ପୁଲିସ ଶନିବାର ଜେଡିଏସ୍ ଏମ୍ଏଲସି ସୂରଜ ରେବନ୍ନାଙ୍କ ବିରୋଧରେ ପାର୍ଟିର ୨୭ ବର୍ଷୀୟ ଯୁବ କର୍ମୀଙ୍କ ସହିତ କଥିତ ଯୌନ ଉତ୍ପୀଡନ ନେଇ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଥିଲା।
ହୋଲେନାରସୀପୁର ଗ୍ରାମାଞ୍ଚଳ ପୁଲିସ ଶନିବାର ସୂରଜଙ୍କ ନାମରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ପୁଲିସ ଏହି ମାମଲାରେ ରୂରଜ ଓ ଶିବକୁମାରଙ୍କୁ ଅଭିଯୁକ୍ତ କରିଛି। ପୀଡିତ ହାସନରେ ମେଡିକାଲ ପରୀକ୍ଷା କରିବାକୁ ମନା କରିଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ବାରିଙ୍ଗ ମେଡିକାଲରେ ଯାଞ୍ଚ କରାଇଥିଲା। ଡାକ୍ତର ପୀଡିତଙ୍କ ବିପି, ସୁଗାର, ଇସିଜି, ଶରୀରର ଚିହ୍ନ ଯାଞ୍ଚ କରିଥିଲେ।