ଢାକା: ଗତ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ କ୍ଷମତାଚ୍ୟୁତ କରାଯିବା ପରଠାରୁ ବାଂଲାଦେଶରେ ବିଶୃଙ୍ଖଳା ଦେଖାଦେଇଛି। ସାତଖିରା ଶ୍ୟାମନଗରସ୍ଥିତ ଯଶୋରେଶ୍ୱରୀ ମନ୍ଦିରରୁ କାଳୀ ମାତାଙ୍କ ମୁକୁଟ ଚୋରି ହୋଇଛି। ୨୦୨୧ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ବାଂଲାଦେଶ ଗସ୍ତ କରିଥିଲେ, ସେହି ସମୟରେ ଏହି ମୁକୁଟ ପ୍ରଦାନ କରିଥିଲେ। କରୋନା ମହାମାରୀ ପରେ କୌଣସି ଦେଶକୁ ତାଙ୍କର ପ୍ରଥମ ଗସ୍ତ ହୋଇଥିବା ଏହି ମନ୍ଦିର ପରିଦର୍ଶନର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।
ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଗୁରୁବାର ଅପରାହ୍ନ ୨ଟାରୁ ୨ଟା ୩୦ ମଧ୍ୟରେ ମନ୍ଦିର ପୂଜକ ଦିଲ୍ଲୀପ ମୁଖାର୍ଜୀ ଦିନର ପୂଜା ସାରି ଘରକୁ ଯାଇଥିବା ବେଳେ ଏହି ଚୋରି ହୋଇଥିଲା। ପରେ ସଫେଇ କର୍ମଚାରୀମାନେ କାଳୀ ମାତାଙ୍କ ମୁଣ୍ଡରୁ ମୁକୁଟ ହଜିଯାଇଥିବା ଜାଣିବାକୁ ପାଇଥିଲେ।
ଶ୍ୟାମନଗର ଥାନା ଇନ୍ସପେକ୍ଟର ତାଇଜୁଲ ଇସଲାମ କହିଛନ୍ତି, ଚୋରକୁ ଚିହ୍ନଟ କରିବା ପାଇଁ ଆମେ ମନ୍ଦିରର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛୁ। ରୂପା ଓ ସୁନା ଥାଳିରେ ନିର୍ମିତ ମୁକୁଟ ସାଂସ୍କୃତିକ ଓ ଧାର୍ମିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ ପୁରାଣ ଅନୁଯାୟୀ, ଯଶୋରେଶ୍ୱରୀ ମନ୍ଦିର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ।
ଯଶୋରେଶ୍ୱରୀ କାଳୀ ମନ୍ଦିର ଦେବୀ କାଳୀଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର, ଏହି ମନ୍ଦିର ଈଶ୍ୱରୀପୁରରେ ଅବସ୍ଥିତ- ଯାହା କି ସାତଖିରା ଉପଖଣ୍ଡର ଶ୍ୟାମନଗରର ଏକ ଗ୍ରାମ ଅଟେ। ବିଶ୍ୱାସ କରାଯାଏ ଯେ ଦ୍ୱାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଅନାରୀ ନାମକ ଜଣେ ବ୍ରାହ୍ମଣ ଏହି ମନ୍ଦିର ନିର୍ମାଣ କରିଥିଲେ।
ଶ୍ୟାମନଗର ଥାନା ଇନ୍ସପେକ୍ଟର ତାଇଜୁଲ ଇସଲାମ କହିଛନ୍ତି, ଚୋରକୁ ଚିହ୍ନଟ କରିବା ପାଇଁ ଆମେ ମନ୍ଦିରର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛୁ। ରୂପା ଓ ସୁନା ଥାଳିରେ ନିର୍ମିତ ମୁକୁଟ ସାଂସ୍କୃତିକ ଓ ଧାର୍ମିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ ପୁରାଣ ଅନୁଯାୟୀ, ଯଶୋରେଶ୍ୱରୀ ମନ୍ଦିର ୫୧ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ।
ଯଶୋରେଶ୍ୱରୀ କାଳୀ ମନ୍ଦିର ଦେବୀ କାଳୀଙ୍କୁ ସମର୍ପିତ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର, ଏହି ମନ୍ଦିର ଈଶ୍ୱରୀପୁରରେ ଅବସ୍ଥିତ, ଯାହା କି ସାତଖିରା ଉପଖଣ୍ଡର ଶ୍ୟାମନଗରର ଏକ ଗ୍ରାମ ଅଟେ। ବିଶ୍ୱାସ କରାଯାଏ ଯେ ଦ୍ୱାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଅନାରୀ ନାମକ ଜଣେ ବ୍ରାହ୍ମଣ ଏହି ମନ୍ଦିର ନିର୍ମାଣ କରିଥିଲେ।
ଅଧିକ ପଢ଼ନ୍ତୁ: ମୁମ୍ବାଇରେ ପ୍ରବଳ ବର୍ଷା, ତଳିଆ ଅଞ୍ଚଳରେ ବନ୍ୟା