ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ମଙ୍ଗଳବାର ଦିନ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘର ବାହାରେ ଚାରି-ପାଞ୍ଚ ଜଣ ଲୋକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହି ନୃଶଂସ ହତ୍ୟା କରିବା ପରେ ଆକ୍ରମଣକାରୀମାନେ ପଳାଇ ଯାଇଛନ୍ତି। ସବୁଠାରୁ ଚାଞ୍ଚଳ୍ୟକର ଘଟଣା ହେଲା ଯେ, ଅଭିଯୁକ୍ତମାନେ ମୃତ ବ୍ୟକ୍ତିର କିଛି ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ କାଢ଼ି ଦେଇଛନ୍ତି।
ଶିବକୁମାର ଓରଫ ବିକଲୁ ଶିବା ମଙ୍ଗଳବାର ଦିନ ହାଲାସୁରୁର ୱାର ମେମୋରିଆଲ ସର୍କଲ ନିକଟରେ ତାଙ୍କ ଘର ବାହାରେ ଠିଆ ହୋଇଥିଲେ। ଏହି ସମୟରେ ଏକ କାରରେ ଆସିଥିବା ୪ରୁ୫ ଜଣ ଆକ୍ରମଣକାରୀମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଶିବଙ୍କ ମସ୍ତିଷ୍କ ସମେତ ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରହାର କରି ଚାଲିଥିଲେ। ଭାରତୀନଗର ଡେପୁଟି ପୋଲିସ କମିଶନର ଡି. ଦେବରାଜ ଏବଂ ଯୁଗ୍ମ ପୋଲିସ କମିଶନର ରମେଶ ବାନୋଥ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଅଧିକ ତଦନ୍ତ ଚାଲିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ଅପରାଧିକ ମାମଲା ନେଇ ମାମଲା ରୁଜୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ୨୦୦ ଟଙ୍କା ଦେଇ ଦେଖିପାରିବେ ଯେକୌଣସି ସିନେମା