ଲଲିତପୁର, ସେପ୍ଟେମ୍ବର ୩୦ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଲଲିତପୁରରେ ମହିଳାଙ୍କୁ ଚାକିରି ଦେବା ନାଁରେ ଜଣେ ବ୍ୟକ୍ତି ଦୀର୍ଘ ଦିନ ଧରି ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲା ଏବଂ ଧର୍ମ ପରିବର୍ତ୍ତନ କରିବାକୁ କହିଥିଲା । ଏବେ ମହିଳା ଜଣକ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ପୀଡିତ ମହିଳା କହିଛନ୍ତି, ଏକାକୀ ରହୁଥିଲେ । ପାଖାପାଖି ଏକ ବର୍ଷ ପୂର୍ବରୁ ସେ ସଦର ତହସଲ ନିକଟରେ ରହୁଥିବା ରାଜେଶ ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ପୀଡିତାଙ୍କ ଅଭିଯୋଗ କ୍ରମେ ଚାକିରି ଦେବା ନାଁରେ ରାଜେଶ ଯୌନଶୋଷଣ କରିଥିଲା । ଏହା ପରେ ସେ ମହିଳାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ କହିଥିଲେ । ତେବେ ମହିଳା ଯେତେବେଳେ ଏହି କାମ ପାଇଁ ରାଜି ହୋଇ ନ ଥିଲେ ମାଡ଼ ମାରିଥିଲେ । ମହିଳା ଜଣକ ଏହି ଅଭିଯୋଗ ଆଣିଛନ୍ତି ଯେ, ରାଜେଶ ନବରାତ୍ରିର ପୂଜା ଛାଡ଼ି ମାଂସ ଖାଇବାକୁ ଚାପ ପକାଇଥିଲେ ।
ମହିଳା ଜଣକ ଅନ୍ୟ ଏକ ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତ ସହିତ ମାମଲାର ସମାଧାନ କରିବାକୁ ପୁଲିସ ପରାମର୍ଶ ଦେଉଛି । ତେବେ ଏନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ଏସ୍ପି ଗୋପାଳକୃଷ୍ଣ ଚୌଧୁରୀଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଅଭିଯୁକ୍ତ ବିରୋଧରେ ଉଚିତ ଧାରାରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।