ଭୁବନେଶ୍ୱର: ମହଙ୍ଗା ପଡ଼ିଲା କାରରେ ଷ୍ଟଣ୍ଟ କରିବା। ରାଜଧାନୀର ଭୁବନେଶ୍ୱରର ଜାତୀୟ ରାଜପଥରେ କାରରେ ଷ୍ଟଣ୍ଟ କରିବାରୁ କଟିଲା ମୋଟା ଅଙ୍କର ଚାଲାଣ। ଗାଡି ମାଲିକ ସତ୍ୟଭାମା ସାହୁଙ୍କ ନାଁରେ ୧୦,୦୦୦ ଟଙ୍କା ଚାଲାଣ କାଟିଲା ପରିଵହନ ବିଭାଗ । RTO -୧ ପକ୍ଷରୁ ଚାଲାଣ କଟାଯାଇଛି।
ଚଳନ୍ତା କାରର ଡୋର ଭିତରୁ ବାହାରି ଉଡନ୍ତା ଷ୍ଟଣ୍ଟ ଦେଖାଉଥିଲେ । ରାସ୍ତାରେ ଯାଉଥିବା ଲୋକଙ୍କୁ ହଇରାଣ ହରକତ କରୁଥିଲେ। କଟକରୁ ଭୁବନେଶ୍ୱର ଆସୁଥିଲା ଏହି କାର୍। ପଳାଶୁଣୀ ଓଭର ବ୍ରିଜ ଉପରେ ବେପରୁଆ ଭାବରେ ଗାଡି ଚଳାଉ ଥିବା ଦୃଶ୍ୟର ଭିଡିଓ ଭାଇରାଲ୍ ହୋଇଥିଲା । ଦୁଇଜଣ ଯୁବକ କାର ବାହାରକୁ ଠିଆ ହୋଇ ପୋଜ୍ ଦେଇଥିବା ବେଳେ କାରଟି ଦ୍ରୁତ ଗତିରେ ଚାଲୁଥିଲା । ଏମିତି ଦୃଶ୍ୟ ଭାଇରାଲ୍ ହେବା RTO ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପରିବହନ ବିଭାଗ ୧୦ହଜାର ଟଙ୍କାର ଚଲାଣ କାଟିଛି।
ଅଧିକ ପଢନ୍ତୁ: ସ୍କୁଲରେ ଛାତ୍ରୀ ରହିଯିବା ଘଟଣା: ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲମ୍ବିତ