କଟକ: କଟକ ଦଶହରା ଭସାଣୀରେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣା। ଆଉ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଆଜିର ଗିରଫ ସଂଖ୍ୟାକୁ ମିଶାଇ ଏହି ସଂଖ୍ୟା ୯ରେ ପହଞ୍ଚିଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ଆଗକୁ ଗିରଫଦାରୀ ସଂଖ୍ୟା ବଢିପାରେ ବୋଲି କୁହାଯାଇଛି।
ସେପଟେ, କଟକ ଡିସିପିଙ୍କ ତରଫରୁ ସହରବାସୀଙ୍କ ପାଇଁ ୨ଟି ମୋବାଇଲ୍ ନଂ ଜାରି କରାଯାଇଛି। ମୋବାଇଲ୍ ନଂ ୭୩୨୮୦୭୭୩୨୪/୮୪୮୦୫୧୩୦୦୭ ଜାରି ହୋଇଛି। ଗୁଜବ କିମ୍ବା ମିଥ୍ୟା ସୂଚନାରେ ବିଶ୍ବାସ ନ କରିବାକୁ ପରାମର୍ଶ ଦିଆଯାଇଛି। କୌଣସି ସନ୍ଦେହଜନକ ବାର୍ତ୍ତା ପାଇଲେ ଦୁଇ ମୋବାଇଲ ନଂରେ ଜଣାଇବାକୁ କୁହାଯାଇଛି। ସହରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ହାତୀପୋଖରୀ ଅଞ୍ଚଳରେ ପୋଲିସ ଘରେ ଘରେ ପଶି ଯାଞ୍ଚ କରୁଛି। କିଛି ମସଜିଦ ପାଖ ଅଞ୍ଚଳ ମଧ୍ୟ ଯାଞ୍ଚ ହୋଇଛି।
ଓଡ଼ିଶା ପୋଲିସ ସହ ମିଶି କେନ୍ଦ୍ରୀୟ ଫୋର୍ସର ଖୋଳତାଡ଼ ଜାରି ରହିଛି । ୨ ଏସିପି, ୩ ଆଇଆଇସିଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି, ଆସନ୍ତାକାଲି ଶୁକ୍ରବାର ସମୂହ ନମାଜ ପାଠ ଆଳରେ କିଛି ବିଶୃଙ୍ଖଳା ହେବ ବୋଲି ଆଶଙ୍କା କରି ପୋଲିସ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। କୌଣସି ଗୁଜବ ଉପରେ ଧ୍ୟାନ ନଦେବାକୁ ପୋଲିସ କହିଛି। ଏହି କ୍ରମରେ ଗୁଜବ ନକରିବା ଓ ଶାନ୍ତି ବଜାୟ ରଖିବାକୁ ମହଲା କମିଟି ଅନୁରୋଧ କରିଛି ।