କଟକ : ଦରଘା ବଜାରରେ ଦଶହରା ଭସାଣୀରେ ୨ ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣା । ହାତୀପୋଖରୀ ଅଞ୍ଚଳରେ ପୋଲିସ କରୁଛି ଯାଞ୍ଚ । ଘରେ ଘରେ ପଶି ଯାଞ୍ଚ କରୁଛି କମିଶନରେଟ ପୋଲିସ । ଓଡ଼ିଶା ପୋଲିସ ସହ କେନ୍ଦ୍ରୀୟ ଫୋର୍ସର ଖୋଳତାଡ଼ ଆରମ୍ଭ ହୋଇଛି । ୨ ACP, ୩ ଆଇଆଇସିଙ୍କ ସହ ପୋଲିସ ଟିମ୍ ଏହି ରେଡ୍ ରେ ସାମିଲ ହୋଇଛନ୍ତି ।
ଅନ୍ୟପଟେ ସ୍ବାଭାବିକ ହୋଇଛି କଟକର ପରିସ୍ଥିତି । ପୁଣି ଚଳଚଞ୍ଚଳ ହୋଇଉଠିଛି କଟକ ସହର । ସମସ୍ତ ଦୋକାନ ବଜାର ଖୋଲିଛି । ଇଣ୍ଟରନେଟ ସେବା ବି ସ୍ବାଭାବିକ ହୋଇଛି। ତଥାପି ସହରର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ କଡା ପାଟ୍ରୋଲିଂ ଜାରି ରହିଛି ।