କଟକ: ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସିପି ଏସ୍ ଦେବଦତ୍ତ ସିଂ। ସେ କହିଛନ୍ତି, ଆବଶ୍ୟକ ହେଲେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିବାବେଳେ କଟକ ସହର ସାରା ପୋଲିସ ମୁତୟନ ରହିଛି। ତେବେ ସ୍ଥିତି ସ୍ବାଭାବିକ ଥିବା କହିଛନ୍ତି ସିପି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି। ଭାଇରାଲ ବି କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କଡ଼ା ଚେତାବନୀ ଦେଇଛନ୍ତି। ଯେଉଁମାନେ ଗୁଜବ ସୃଷ୍ଟି କରିବେ, ତାଙ୍କ କ୍ୟାରିଅର୍ ନଷ୍ଟ ହେବ, ତେଣୁ କ୍ଷାନ୍ତ ରୁହନ୍ତୁ, ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି।
ଅଧିକ ପଢନ୍ତୁ: ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ ଚେତାବନୀ କଲେ ପୁଲିସ୍ କମିସନର