ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଇଛି ପେଟ୍ରୋଲ ଦର । ଦେଶର ପ୍ରମୁଖ ସ୍ଥାନ ଗୁଡିକରେ ପେଟ୍ରୋଲର ଦାମ ଅପରିବର୍ତ୍ତିତ ତଥା ସ୍ଥିର ରହିଛି । ଶନିବାର ଭୁବନେଶ୍ୱରରେ ପେଟ୍ରୋଲର ନୂଆ ଦାମ ଲାଗୁ କରାଯାଇଛି । ଭୁବନେଶ୍ୱରରେ ପେଟ୍ରୋଲର ଦର ୧୦୦. ୯୪ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ୯୨ .୫୨ଟଙ୍କା ରହିଛି ।
ଦେଶର ମୁଖ୍ୟ ସହର ଗୁଡିକରେ ପେଟ୍ରୋଲର ଦରଦାମ ଅପରିବର୍ତ୍ତିତ ରହିଛି । ଦେଶର ରାଜଧାନୀରେ ମୂଲ୍ୟ ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲର ଦର ୧୦୫ . ୦୧ ଟଙ୍କା ରହିଛି ଓ ଡିଜେଲର ମୂଲ୍ୟ ୯୧. ୮୨ ଟଙ୍କା ରହିଛି । ଏହା ସହିତ ଦେଶ ଶିଳ୍ପ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ପେଟ୍ରୋଲର ଦାମ ୧୦୩.୫୦ ଟଙ୍କା ରହିଥିବା ବେଳେ ଡିଜେଲର ଦାମ ୯୦.୦୩ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲର ଦର ୧୦୦.୮୦ ଟଙ୍କା ରହିଥିବା ବେଳେ ଡିଜେଲର ମୂଲ୍ୟ ୯୨.୩୯ ଟଙ୍କା ରହିଛି ।