ନୂଆଦିଲ୍ଲୀ: ଫ୍ଲିପ୍କାର୍ଟ ବିଗ୍ ଏଣ୍ଡ ଅଫ୍ ସେସନ୍ ସେନ୍ ଆରମ୍ଭ ହୋଇଯାଇଛି। ଏହା ଜୁନ୍ ୮ ତାରିଖ ଯାଏଁ ଚାଲିବ। ଏହି ସେଲ୍ ସମୟରେ ଅନେକ ବର୍ଗର ଉତ୍ପାଦକୁ ସାମିଲ କରାଯାଇଛି। ଏଥିରେ ଫୋନ୍, ସ୍ମାର୍ଟ ଗ୍ୟାଜେଟ୍, ଆସୋସିରିଜ୍, ବ୍ରାଣ୍ଡେଜ୍ ଜୋତା ଓ ଫ୍ୟାସନ୍ କପଡ଼ା ଅଛି। ଫ୍ଲିପ୍କାର୍ଟରେ ସଦ୍ୟତମ ବିବରଣୀ ଅନୁଯାୟୀ, ଗ୍ରାହକମାନେ ୮୦ ପ୍ରତିଶତ ଯାଏଁ ରିହାତିର ଲାଭ ଉଠାଇପାରିବେ।
ଫ୍ଲିପ୍କାର୍ଟ ସେଲ୍ ସମୟରେ ଗ୍ରାହକମାନେ ୧୦ ପ୍ରତିଶତ ରିହାତିରୁ ଲାଭ ଉଠାଇପାରିବେ। କିନ୍ତୁ ଏଥି ପାଇଁ ୟୁପିଆଇ ମାଧ୍ୟମରେ ଦେୟ କରିବାକୁ ପଡ଼ିବ, ଯେଉଁଥିରେ କିଛି ନିୟମକୁ ଯୋଡ଼ାଯାଇଛି। ଏହି ସେଲ୍ରେ ସ୍ମାର୍ଟଫୋନ୍କୁ ମଧ୍ୟ ସାମିଲ କରାଯାଇଛି। ଅନେକ କଂପାନୀର ହ୍ୟାଣ୍ଡସେଟ୍କୁ ଶସ୍ତାରେ ବିକ୍ରି କରାଯାଉଛି। ଆଇଫୋନ୍ ଠାରୁ ଆରମ୍ଭ କରି ଆଣ୍ଡରାଏଡ୍ ସ୍ମାର୍ଟଫୋନ୍ ପର୍ଯ୍ୟନ୍ତ ଶାସ୍ତାରେ କିଣାଯାଇପାରିବ। ଏହାରି ମଧ୍ୟରେ ମୋଟୋର୍ଲା, ରେଡମୀ ଓ ସାମସଙ୍ଗ ସମେତ ଅନ୍ୟ ବ୍ରାଣ୍ଡର ମୋବାଇଲ୍ ଫୋନ୍ ରିହାତି ଦରରେ ମିଳିପାରିବ।
ସ୍ମାର୍ଟ ଗେଜେଟ୍ ମଧ୍ୟ ଫ୍ଲିପ୍କାର୍ଟ ସେଲ୍ରେ ସାମିଲ ହୋଇଛି। ଗ୍ରାହକମାନେ ଭଲ ରିହାତି ଦରରେ ଏହାକୁ କିଣିପାରିବେ। ହେଡ୍ଫୋନ୍, ସ୍ମାର୍ଟୱାଚ୍, ମୋବାଇଲ ଏସୋସିରିଜ୍, ସ୍ପିକର ଆଣ୍ଡ ସାଉଣ୍ଡବାର ଓ ସ୍ମାର୍ଟ ହୋମର ଡିଭାଇସ କିଣିପାରିବେ। ଗ୍ରାହକମାନେ ଅନ୍ଲାଇନ୍ ମାଧ୍ୟମରେ ଫ୍ଲପ୍କାର୍ଟକୁ ଯାଇ ଜୋତା, କପଡ଼ା ଓ ଘଣ୍ଟା କିଣିପାରିବେ । କପଡ଼ା ଉପରେ ୮୦ ପ୍ରତିଶତ ଯାଏଁ ରିହାତି ମିଳିପାରିବ। ସେହିପରି ଜୋତା ଉପରେ ମଧ୍ୟ ସ୍ୱତନ୍ତ୍ର ରିହାତି ରହୁଛି ।