ବଡ଼ ଋଣ ଖିଲାପକାରୀଙ୍କଠୁ ହୋଇଥିବା କ୍ଷତିର ଭରଣା ପାଇଁ ସାଧାରଣ ଗ୍ରାହକଙ୍କଠୁ ଆଦାୟ ବନ୍ଦ କରୁ ବ୍ୟାଙ୍କ: ଏଚଡିଏଫସି ଅଧ୍ୟକ୍ଷ
Khabar Odisha:business-odisha-hdfc-chairman-deepak-parekh-says-banks-should-protect-common-man-saving-rather-than-big-defaulter
ନୂଆଦିଲ୍ଲୀ,ଅକ୍ଟୋବର୧୧(ଖବର ଓଡ଼ିଶା):

 ବ୍ୟାଙ୍କ ଦ୍ଵାରା ବଡ଼ ବଡ଼ ଋଣ ଖିଲାପକାରୀଙ୍କୁ ବଞ୍ଚାଇବା ଏବଂ ଛୋଟ ସଞ୍ଚୟଧାରୀଙ୍କୁ ଧ୍ୟାନରେ ନରଖିବା ନେଇ ଏଚଡିଏଫସିର ଅଧ୍ୟକ୍ଷ ଦୀପକ ପୋରଖ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହା ବହୁତ ଦୁର୍ଭାଗ୍ୟର କଥା ଯେ ବ୍ୟାଙ୍କ ବଡ଼ ବଡ଼ ଋଣ ଖିଲାପକାରୀଙ୍କ ଋଣ ଛାଡ଼ କରିବାରେ ଆଗରେ ରହିଛି, ମାତ୍ର ଛୋଟ ଛୋଟ ସଞ୍ଚୟଧାରୀଙ୍କୁ  ହେଉଥିବା ସମସ୍ୟା ଉପରେ କାହାରି ଦୃଷ୍ଟି ପଡ଼ୁନାହିଁ। 

ପିଏମସି ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ପରେ ଛୋଟ ଖାତାଧାରକଙ୍କୁ ହେଉଥିବା ସମସ୍ୟା ପରେ ପୋରଖ କହିଛନ୍ତି, ମୋ ବିଚାରରେ ଏହା ସବୁଠୁ ବଡ଼ ଅପରାଧ ବିତ୍ତୀୟ କ୍ଷେତ୍ରରେ ହିଁ ହେଉଛି, ଯେବେ ବେଆଇନ ଭାବେ ଛୋଟ ଲୋକଙ୍କ ଜମା ରାଶିର ଫାଇଦା ବଡ଼ ବଡ଼ ଲୋକଙ୍କୁ ବ୍ୟାଙ୍କ ଦ୍ଵାରା ଦିଆଯାଉଛି। ପୁଣି ବଡ଼ ବଡ଼ିଆ ଲୋକଙ୍କୁ ଋଣ ଖିଲାପକାରୀ ଘୋଷିତ  କରିବା ଏବଂ ସରକାର ଓ ଶାସନ ପ୍ରଣାଳୀ ଏହି ଧରଣର ଦୁର୍ନୀତି ପରେ ବି ଋଣ ଛାଡ଼ କରିବା ସଂପୂର୍ଣ୍ଣ ଭାବେ ଭୁଲ ଅଟେ।  

ପୋରଖ ଏହା ମଧ୍ୟ କହିଛନ୍ତି ଯେ, କୌଣସି ବି ବିତ୍ତୀୟ ସିଷ୍ଟମ ପାଇଁ ଭରସା  ଓ ବିଶ୍ଵାସ ମେରୁଦଣ୍ଡର  ହାଡ଼ ପରି ହୋଇଥାଏ। ଏଥିପାଇଁ କୌଣସି ସ୍ଥିତିରେ ବି ଭୁଲକୁ ପ୍ରୋତ୍ସାହନ ଦେବା ଉଚିତ୍ ନୁହଁ। ମାତ୍ର ଏହା ଆଜିକାଲି ଘଟି ଚାଲିଛି। 

ସେ ଏହା ମଧ୍ୟ କହିଛନ୍ତି ଲୋକଙ୍କୁ ସଞ୍ଚୟ କରିବା ଜରୁରୀ ଏବଂ ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହନ ମିଳିବା ଉଚିତ୍। ଏହା ଅର୍ଥବ୍ୟବସ୍ଥା ପାଇଁ ମଧ୍ୟ ଉତ୍ତମ ରହିବ। ମାତ୍ର ସୁଧ ହାରରେ ହ୍ରାସ ଏହି ଦିଗରେ ଏକ ବାଧକ ରହିଛି। ବିତ୍ତୀୟ କ୍ଷେତ୍ରରେ ଏବେ ମଧ୍ୟ ଋଣ ସଙ୍କଟ ଲାଗି ରହିଛି।

Subscribe

National International State Sports Entertainment